ଇନରହୁଇଲ୍ ତୋଶାଳୀ କ୍ଲବର ରଜତ ଜୟନ୍ତୀ ସମାରୋହ

ଭୁବନେଶ୍ୱର,୧୪/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ଵରସ୍ଥିତ ଇନର ହୁଇଲ୍ ତୋଷାଳୀ କ୍ଲୁବର ୨୫ ତମ ରଜତ ଜୟନ୍ତୀ ସମାରୋହ ହୋଟେଲ ଆର୍ଯ୍ୟ ପ୍ୟାଲେଶ ଠାରେ ଅନୁଷ୍ଠିତ ହୋଇଯାଇଛି । ୩୨୬ ଜିଲ୍ଲାର ଚେୟାରମ୍ୟାନ୍ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଯୋଗଦାନ କରି ବହୁ ମୂଲ୍ୟବାନ ଉକ୍ତି ଉପସ୍ଥାପନ କରିଥିଲେ । କ୍ଲୁବର ସଭାପତି ଶ୍ରୀମତୀ ସୋନାଲି ମୁଖାର୍ଜୀ ଓ ସମ୍ପାଦିକା ଶ୍ରୀମତୀ ସୁପ୍ରିୟା ପୃଷ୍ଟିଙ୍କ୍ ସହ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ଉଚ୍ଚକୋଟୀର ହୋଇଥିଲା ।

ମେମ୍ବର ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର , ଜିଲ୍ଲା ସମ୍ପାଦିକା ଶ୍ରୀମତୀ ପୁଷ୍ପା ହରିଚନ୍ଦନ,ଜିଲ୍ଲା ଏଡିଟର ଶ୍ରୀମତୀ ଆରତୀ ବଡ ପଣ୍ଡା ,ଆଈ. ଏସ୍.ଓ ଶ୍ରୀମତୀ ମମତା ବାଜପେୟୀ ଯୋଗଦାନ କରି ମେମ୍ବର ମାନଙ୍କୁ ଉତ୍ସାହିତ କରିଥିଲେ । ରୋଟାରି ଭୁବନେଶ୍ଵର ତୋଷାଳୀର ସଭାପତି, ସମ୍ପାଦକ ପ୍ରଭୃତି ଯୋଗଦାନ କରିଥିଲେ ।

ମିଡ଼ିଆର କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରାଯାଇଥିଲା । ତୋଷାଳୀ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ମଧ୍ୟ୍ୟ ସମ୍ମାନିତ କରାଯାଇଥିଲା । ତୋଷାଳୀର କର୍ମକର୍ତ୍ତା ମାନେ ନୃତ୍ୟ , ଗୀତ , କବିତା , କୌତୁକ କଥା ପରିବେଷଣ କରିଥିଲେ । ନୁଆ ମେମ୍ବର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମତୀ ଚନ୍ଦ୍ରଲେଖା ରଥ କାର୍ଯ୍ୟକ୍ରମଟି ର ଘୋଷିକା ଥିଲେ ।

Leave a Reply

Your email address will not be published. Required fields are marked *