କିଶୋର ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁଙ୍କ ଅଧିକ ଅନ୍ତର୍ଭୁକ୍ତୀକରଣ ଉପରେ ଓଡ଼ିଶା ମୁଖ୍ୟବିଚାରପତିଙ୍କ ଗୁରୁତ୍ବ

କଟକ, ୦୧/୯/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଚକ୍ରଧାରୀ ଶରଣସିଂ କିଶୋର ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅଧିକ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ସମସ୍ତ ଅଂଶୀଦାର ମାନଙ୍କୁ ଅନୁରୋଧ କରିଛନ୍ତି । କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଦିବ୍ୟାଙ୍ଗ ଶିଶୁଙ୍କ ସୁରକ୍ଷା ସମ୍ପର୍କିତ ନବମ ବାର୍ଷିକ ଅଂଶୀଦାର ପରାମର୍ଶ ଆଲୋଚନା ଚକ୍ରରେ ଭର୍ଚୁଆଲଭାବେ ଯୋଗଦେଇ ମୁଖ୍ୟବିଚାରପତି ଏପରି ଶିଶୁମାନଙ୍କର ଅନନ୍ୟ ଆବଶ୍ୟକତା ଓ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେ କହିଛନ୍ତି ଆମକୁ ସ୍ୱୀକାର କରିବାକୁ ହେବଯେ ଦିବ୍ୟାଙ୍ଗ ଶିଶୁମାନେ କେତେକ ସ୍ବତନ୍ତ୍ର ସମସ୍ୟା ଏବଂ ଦୁର୍ବଳତାର ସମ୍ମୁଖୀନ ହୁଅନ୍ତି ଯେଉଁଥିପାଇଁ ବିଶେଷ ଧ୍ୟାନ ଏବଂ ଯତ୍ନ ଆବଶ୍ୟକ। ଦିବ୍ୟାଙ୍ଗ ଶିଶୁଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେରଖି ସଂପୃକ୍ତ ଆଇନର ଧାରା ଗୁଡ଼ିକର ପ୍ରଭାବଶାଳୀ ରୂପାୟନ ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରାଯିବା ଆବଶ୍ୟକ।
“ଆମେ ଏକ ନ୍ୟାୟ ସମ୍ପନ୍ନ ଓ ସମାନ ସମାଜ ଦିଗରେ କାର୍ୟ୍ୟକରୁଥିବା ବେଳେ ଆସନ୍ତୁ ସମସ୍ତ ଶିଶୁ, ବିଶେଷକରି ଦିବ୍ୟାଙ୍ଗ ଶିଶୁମାନଙ୍କ ଅଧିକାରକୁ ବଜାୟ ରଖିବାପାଇଁ ପ୍ରତିଶ୍ରୁତିବଦ୍ଧ ହେବା” ସେ କହିଛନ୍ତି ।
ଏହି ଅବସରରେ ଅଂଶ ଗ୍ରହଣକାରୀମାନେ କିଶୋର ନ୍ୟାୟ ଅଧିନିୟମ-ଯତ୍ନଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲା (ସିଏନସିପି) ଓ ଆଇନ ବିରୋଧୀ କାର୍ୟ୍ୟ କରୁଥିବା ପିଲା (ସିସିଏଲ) ଦ୍ୱାରା ନିର୍ଧାରିତ ଆଇନଗତ ବର୍ଗରେ ଆସୁଥିବା ଦିବ୍ୟାଙ୍ଗ ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେ ପଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଜୁଭେନାଇଲ ଜଷ୍ଟିସ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଦେବବ୍ରତ ଦାଶ କହିଛନ୍ତି ଯେ କେବଳ ଦିବ୍ୟାଙ୍ଗମାନଙ୍କ ଠାରେ ସମସ୍ୟା ନାହିଁ, ବରଂ ଆମର ବର୍ତ୍ତମାନର ବ୍ୟବସ୍ଥାରେ ଦିବ୍ୟାଙ୍ଗମାନଙ୍କୁ ସମାନ ଚିକିତ୍ସା ଏବଂ ସୁଯୋଗ ପ୍ରଦାନ କରିବାରେ ମଧ୍ୟ କେତେକ ଅଭାବ ରହିଛି।ଆଜିର ଆଲୋଚନାର ଉଦ୍ଦେଶ୍ୟ ହେଉଛି ଏହି ଅଭାବ ଗୁଡ଼ିକୁ ଖୋଜି ବାହାର କରିବା ଏବଂ ସେଗୁଡ଼ିକୁ ପୂରଣକରିବା, ଯାହାଦ୍ୱାରା ଆମର ଭବିଷ୍ୟତ ଉନ୍ନତ ହୋଇପାରିବ।
ଅଗଷ୍ଟ୨୦୨୨ରେ ୟୁନିସେଫ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅନୁଷ୍ଠାନ ଗୁଡ଼ିରେ ପ୍ରତି ତିନିଜଣ ପିଲାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଥାଆନ୍ତି।ଏହା ବ୍ୟତୀତ, ଶିଶୁଯତ୍ନ ଅନୁଷ୍ଠାନରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସଂଖ୍ୟା ଉପଯୁକ୍ତନଥାଏ ଏପରିକି କେତେକ ଆକଳନ ଅନୁସାରେ ଏପରି ଅନୁଷ୍ଠାନରେ ଥିବା ସମସ୍ତ ଶିଶୁମାନଙ୍କ ମଧ୍ୟରୁ୨୫ପ୍ରତିଶତ ବୌଦ୍ଧିକ କିମ୍ବା ମାନସିକ ସ୍ୱାସ୍ଥ୍ୟ ଅକ୍ଷମତାର ସମ୍ମୁଖୀନ ହୋଇଥାନ୍ତି।ଅଧ୍ୟୟନ ଅନୁଯାୟୀ, ଅନୁଷ୍ଠାନିକ ଯତ୍ନରେ ଥିବା ଭିନ୍ନକ୍ଷମ ଶିଶୁଙ୍କ ମୃତ୍ୟୁହାର ଅନ୍ୟ ପିଲାଙ୍କ ତୁଳନାରେ ୧୦୦ଗୁଣ ଅଧିକ।
ମିସଜଷ୍ଟିସ ସାବିତ୍ରୀ ରଥ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର,ଦିବ୍ୟାଙ୍ଗ ଶିଶୁମାନଙ୍କର ସମସ୍ୟା ଓ ଅଧିକାର ବିଷୟରେ ଆଲୋକପାତ କରିବା ସହିତ ସମାଜର ସମସ୍ତ ବର୍ଗର ବ୍ୟକ୍ତିମାନଙ୍କୁ ଆହ୍ବାନ ଦେଇଥିଲେ ଯେ ଏକ ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ଦିବ୍ୟାଙ୍ଗ ଶିଶୁ ମାନଙ୍କର ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହୋଇପାରିବ ଏହି ଆଲୋଚନାରେ ହାଇକୋର୍ଟର ବିଚାରପତି,ଜୁଭେନାୟିଲ ଜଷ୍ଟିସ କମିଟି ସଦସ୍ୟ ,ବରିଷ୍ଠ ଅଧିକାରୀ,ଆଇନ ବିଶେଷଜ୍ଞ, ନାଗରିକ ସମାଜ ସଂଗଠନ ସଦସ୍ୟ ଓ ଭିନ୍ନକ୍ଷମ ଅଧିକାର କର୍ମୀମାନେ ଯୋଗଦେଇ ଦିବ୍ୟାଙ୍ଗ ଶିଶୁମାନଙ୍କ ସୁରକ୍ଷା ପାଇଁ ରଣକୌଶଳ ସଂପର୍କର ଆଲୋଚନା କରିଥିଲେ।
ୟୁନିସେଫ ର ଫିଲ୍ଡ ଅଫିସ ମୁଖ୍ୟ ୱିଲିୟମ୍ହାନ ଲୋନ୍ଜୁନିୟର କହିଛନ୍ତିଯେ ଦିବ୍ୟାଙ୍ଗ ଶିଶୁଙ୍କୁ ବାଦ ଦେବାର ଅର୍ଥ ହେଉଛି ଖର୍ଚ୍ଚ କାହାକୁ ପଛରେ ନ ପକାଇବା ନେଇ ଥିବା ଆମର ବିଶ୍ୱସ୍ତରୀୟ ପ୍ରତିବଦ୍ଧତାକୁ ନଷ୍ଟକରିବା।ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ, ସୁରକ୍ଷିତ ଏବଂ ସଶକ୍ତ କରିବାପାଇଁ ଏକ ସକ୍ଷମ ବାତାବରଣ ସୃଷ୍ଟିକରିବା ପାଇଁ ଆମକୁ ଆମର ପ୍ରତିବଦ୍ଧତାକୁ ଦୋହରାଇବାକୁ ହେବ।
ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, “ଓଡ଼ିଶାର ପ୍ରାୟ୬୦ ରୁ୭୦ଲକ୍ଷ ଦିବ୍ୟାଙ୍ଗଙ୍କ ସମସ୍ୟା ସେମାନଙ୍କ ଆବଶ୍ୟକତା ଓ ଅବଦାନ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଯଦି ଆମେ ଚାହୁଁଛୁ ଯେ ଆମରାଜ୍ୟ ଏକ ବିକଶିତ ରାଜ୍ୟରେ ପରିଣତହେଉ ଏବଂ ୨୦୩୬ ସୁଦ୍ଧା୫୦୦ନିୟୁତ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା୧.୫ଟ୍ରିଲିୟନ ଡଲାର ଅର୍ଥନୀତି ହେଉ, ତେବେ ଆମକୁ ଦିବ୍ୟାଙ୍ଗଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବାକୁ ପଡିବ।“
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭାଶର୍ମା ତାଙ୍କ ବିଭାଗ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେ ପସମ୍ପର୍କରେ ଆଲୋକପାତ କରିକହିଲେ, ୟୁନିସେଫ୍, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍ଏସ୍ଇପିଡି) ବିଭାଗର ସହଯୋଗରେ ଆମ ବିଭାଗ ବିପଦରେ ଥିବା ଓ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଚିହ୍ନଟ କରିବାପାଇଁ ଏକ ଦୁର୍ବଳତା ସର୍ଭେ କରାଯିବ । ଏସବୁ ତଥ୍ୟ ଆଧାରରେ ଆମେ ଏକ ମିଳିତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବୁ।
ଏହି ଆଲୋଚନାରେ ହାଇକୋର୍ଟର ବିଚାରପତି, ଜୁଭେନାଇଲ ଜଷ୍ଟିସ କମିଟିର ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀ, ଆଇନ ବିଶେଷଜ୍ଞ, ନାଗରିକ ସମାଜ ସଂଗଠନର ସଦସ୍ୟ ଓ ଭିନ୍ନକ୍ଷମ ଅଧିକାର କର୍ମୀମାନେ ଯୋଗଦେଇ ଦିବ୍ୟାଙ୍ଗ ଶିଶୁମାନଙ୍କ ସୁରକ୍ଷା ପାଇଁ ରଣକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ।
ଜଷ୍ଟିସ ମୁରାହାରି ଶ୍ରୀରମଣ, ସଭ୍ୟ,ଜୁଭେନାଇଲ ଜଷ୍ଟିସ କମିଟି,ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କହିଥିଲେ ଯେ ଆଜିର ଆଲୋଚନା ସେହି ଫଳବତୀ ହେବ ଯେତେବେଳେ ଆମେ ଏହି ଆଲୋଚନା ଚକ୍ରର ବିଷୟ ବସ୍ତୁକୁ ବାସ୍ତବରେ କାର୍ୟ୍ୟରେ ପରିଣତ କରିବା।

Leave a Reply

Your email address will not be published. Required fields are marked *