କିଶନନଗର ସରକାରୀ ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ : ପିଟିଏ ଵୈଠକ ପ୍ରବଳ ହଟ୍ଟଗୋଳରେ ଶେଷ 

କଟକ ସଦର,୦୪/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଆଜି ମଙ୍ଗଳବାର ଦିନ କଟକ ସଦର ଅନ୍ତର୍ଗତ କିଶନନଗର ସରକାରୀ ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟିତ୍ରୀ ସବିତା ବେହେରା ଙ୍କ ପୌରୋହିତ୍ୟରେ ଅଭିଭାବକ,ଶିକ୍ଷକ/ଶିକ୍ଷୟିତ୍ରୀ (ପିଟିଏ) ତଥା ବିଦ୍ୟାଳୟ ପରିଚାଳନା କମିଟି (ଏସ୍ ଏମ୍ ସି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଦ୍ୟାଳୟ ର ଉନ୍ନୟନ ସମ୍ପର୍କରେ ଆଲୋଚନା ସରିବା ପରେ ଗତ ମାସ ୧୩ ଓ ୧୭ ତାରିଖ ଦୁଇଦିନ ଧରି ଗଠନ କରାଯାଇଥିବା ଏସ୍ ଏମ୍ ସି କମିଟିକୁ ଭାଙ୍ଗି ଆଉଥରେ କମିଟି ଗଠନ କରାଯିବାକୁ ପ୍ରଧାନଶିକ୍ଷୟିତ୍ରୀ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ନିର୍ବାଚିତ ହୋଇଥିବା ସମସ୍ତ ସଭ୍ୟ/ସଭ୍ୟା ଙ୍କ ସମେତ ସଂଖ୍ୟାଧିକ ଅଭିଭାବକ ଅଭିଭାଵିକା ତୀବ୍ର ବିରୋଧ କରି ହୋହଲ୍ଲା କରିଥିଲେ।

ଏଥିପାଇଁ  ବୈଠକ ହୋହଲ୍ଲାରେ ଶେଷ ହୋଇଥିଲା। ଏଥିରେ କଟକ ସଦର ମଣ୍ଡଳ ଅତିରିକ୍ତ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେହୁରୀ ପର୍ଯ୍ୟଵେକ୍ଷକ ଭାବେ ଏଵଂ ନିମନ୍ତ୍ରିତ ଅତିଥି ଭାବେ ସରପଂଚ ସୁଜାତା ସେଠୀ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ପ୍ରଧାନଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟ ଦକ୍ଷତା ଅଭାବରୁ  ବିଦ୍ୟାଳୟରେ ଦିନକୁ ଦିନ ବିବାଦ ଘନଉଥିଵା ବେଳେ ଶିକ୍ଷା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବା ସାଧାରଣରେ ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *