ଦଳ ରୁ ଇସ୍ତଫା ଦେଇଥିବା ବିଜେଡ଼ି ନେତା ବିଳାସ ମଲ୍ଲିକ ପୁଣି ଦଳକୁ ଫେରିବା ସମ୍ଭାବନା ଅଧିକ !

କଟକ ସଦର, ୨୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ବରିଷ୍ଠ ବିଜେଡି ନେତା,ସୁସଂଗଠକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ନିକଟରେ ଦଳରୁ ଇସ୍ତଫା ଦେଇଥିବା ବେଳେ ତାଙ୍କର ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ବିଳାସ ଙ୍କୁ ବୁଝେଇ ଶୁଝେଇ ପୁଣି ଦଳକୁ ଫେରାଇ ଆଣିବାକୁ ବିଜେଡ଼ି ର ଏକ ରାଜ୍ୟ ସ୍ତରୀୟ ବଡ଼ ଗୋଷ୍ଠୀ ଲାଗି ପଡ଼ିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

ବରିଷ୍ଠ ଆଇଏଏସ୍ ଅଧିକାରିଣୀ ତଥା ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ରାଉତ ପାଣ୍ଡିଆନ ବିଜେଡ଼ି କୁ ଆସିବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଳାସ ମଲ୍ଲିକ ଓ ତାଙ୍କ ସହିତ ଇସ୍ତଫା ଦେଇଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଧାରଣ ସଂପାଦିକା ଝିନୁ ବେହେରା, କଟକ ଜିଲ୍ଲା ବିଜେଡ଼ି କୋଷାଧ୍ୟକ୍ଷ ସୁବୋଧ ବେହେରା, ଜିଲ୍ଲା ଯୁବ ବିଜେଡି ପୂର୍ବତନ ସଂପାଦକ କିଶୋର ହରି ପ୍ରମୁଖ ବିଜେଡ଼ି କୁ ଫେରିବା ସମ୍ଭାବନା ଅଧିକ ରହିଛି ବୋଲି ଜଣାପଡିଛି।

ଏଥିପାଇଁ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଏମାନଙ୍କୁ ଦଳକୁ ଫେରାଇ ଆଣିବାକୁ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *