ଭୁବନେଶ୍ୱର,୩୧/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ଆଜି ରବିବାର ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଉ ୭ ଟି ନୂଆ ମ୍ୟୁନିସିପାଲିଟି ଓ ୧୬ ଟି ନୂଆ ଏନ୍ଏସି ନାଁ ଘୋଷଣା କରିଛନ୍ତି । ୭ ଟି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ନାଁ ରହିଛି।
ସେହିପରି ଘୋଷଣା ହୋଇଥିବା ୧୬ଟି ନୂଆ ବିଜ୍ଞାପିତ ଅଞ୍ଚଳ (ଏନ୍ଏସି ) ରେ ବଲାଙ୍ଗାର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର , ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମର ଜଗନ୍ନାଥପ୍ରସାଦ ଏବଂ ପତ୍ରପୁର, କଳାହାଣ୍ଡି ଜିଲ୍ଲାର ନର୍ଲା, ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟର ବୋରିଗୁମ୍ମା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ରହିଛି।
