ଜଗତସିଂହପୁର, ୨୮/୦୭/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ନିର୍ଦ୍ଦେଶକ୍ରମେ ଓ ଜଗତସିଂହପୁର ଅବକାରୀ ଅଧିକ୍ଷକ ଶ୍ରୀମତି ଅନିତା ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ଅବକାରୀ ଉପ ଅଧିକ୍ଷିକା ଆଦ୍ୟାଶା ସ୍ବାଇଁଙ୍କ ଉପସ୍ଥିତ ରେ ଆଜି ଜଗତସିଂହପୁର ଅବକାରୀ ରେଞ୍ଜ ଓ ଜଗତସିଂହପୁର ଅବକାରୀ ଥାନା ପକ୍ଷରୁ ନାଉଗାଁ ଏବଂ ବାଲିକୁଦା ଥାନା ଅଞ୍ଚଳରେ ଚଢାଉ କରାଯିବା ସହ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି।
ଏହି ସର୍ନ୍ଦଭରେ ନାଉଗାଁ ଥାନା ଅରଖକୁଦ ଗ୍ରାମର ଭ୍ରମରବର ନାୟକଙ୍କ ପୁଅ ପ୍ରକାଶ ନାୟକ (୫୦) ଙ୍କୁ ଗିରଫ କରାଯିବ ସହ ତାଙ୍କ ନିକଟରୁ ୬୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଛି। ସେହିପରି ବାଲିକୁଦା ଥାନା ଦରଡା ଗ୍ରାମର ରାମଚନ୍ଦ୍ର ପରିଡାଙ୍କ ପୁଅ ନିରଞ୍ଜନ ପରିଡା (୪୧)ଙ୍କୁ ବୋରିକିନା ବଜାରରୁ ଗିରଫ କରାଯିବ ସହ ୭ ଲିଟର ୩୮୦ ମିଲି ର ଚୋରା ବିଦେଶୀ ମଦ ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ପୃଥକ ମାମଲାରେ ଅଦାଲତ ଚାଲଣ କରାଯାଇଛି। ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ସ୍ମିତା ପଣ୍ଡାଙ୍କ ନେତୃତ୍ବରେ ଏ ଏସ୍ ଆଇ ଶୁଭଦର୍ଶନୀ ସାହୁ, କନଷ୍ଟେବଳ ସବିତା ନାୟକ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଅନୁରାଗ ସୂର୍ଯ୍ୟବଂଶୀ ପ୍ରମୁଖ ସାମିଲ ଥିଲେ।
ଜଗତସିଂହପୁର ଅବକାରୀ ବିଭାଗର ଏହିଭଳି କ୍ରିୟାଶୀଳତା ନିଶ୍ଚିତ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରା ମଦ ବ୍ୟବସାୟରେ ଅଙ୍କୁଶ ଲଗାଇବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
