ଆନନ୍ଦ ଉଲ୍ଲାସରେ ସରିଲା ଅମଲାଭଟ୍ଟାରେ ବାହୁଡ଼ାଯାତ୍ରା ।

ରାୟଗଡା,୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ରାୟଗଡା ଜିଲ୍ଲାର ପେଣ୍ଟା ପଞ୍ଚାୟତ ଅମଲାଭଟ୍ଟା ଛକ ସ୍ଥିତ ଶ୍ରୀ ଅନନ୍ତ ନାରାୟଣ ଜଗନ୍ନାଥ ମନ୍ଦିରରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବିଶ୍ଵ ପ୍ରସିଦ୍ଧ ବାହୁଡା଼ ଯାତ୍ରା। ଏହି ଯାତ୍ରାରେ ଭକ୍ତମାନେ ଜଗନ୍ନାଥ ପ୍ରେମରେ ପାଗଳ ହୋଇ ଭକ୍ତି ଭାବରେ ନିଜକୁ ହଜେଇ ଦିଅନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ସୁସଜ୍ଜିତ ରଥକୁ ହଜାର ହଜାର ଶ୍ରଦ୍ଧାଳୁ ଳୁ ଟାଣି ଟାଣି ମାଉସୀ ମା ମନ୍ଦିର ଠାରୁ ଅନନ୍ତ ନାରାୟଣ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ନେଇଥିଲେ ।

ରଥଯାତ୍ରା ଓ ବାହୁଡା଼ ଯାତ୍ରା ଅବସରରେ ଅମଲା ଭଟ୍ଟା ଛକ ହୋଇଥିଲା ଶ୍ରୀକ୍ଷେତ୍ର। ଆଉ ଗାଁ ଦାଣ୍ଡ ପାଲଟିଥିଲା ବଡ଼ ଦାଣ୍ଡ। ପିଲାଠାରୁ ବୃଦ୍ଧ ସମସ୍ତେ ଜଗନ୍ନାଥ ଚେତନାରେ ନିଜକୁ ସାମିଲ କରି ଥିଲେ । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ସମସ୍ତେ ଏକାକାର ହୋଇଥିଲେ ଏହି ଯାତ୍ରାରେ । ସକାଳ ଠାରୁ ମଧ୍ୟରାତ୍ରି ପର୍ୟ୍ୟନ୍ତ ଆଖପା ପାଖ ଅଞ୍ଚଳ ରୁ ହଜାର ହଜାର ଭକ୍ତ ଏଠାକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା ସହିତ ରଥ ଟାଣିଥିଲେ ।

ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୩୦ବର୍ଷ ଧରି ଏଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଆସୁଛି ଏହି ରଥଯାତ୍ରା । ଅନନ୍ତ ନାରାୟଣ ଜଗନ୍ନାଥ ମନ୍ଦିରର ସଭାପତି ତଥା ଉଦ୍ୟକ୍ତା ସୁଶ୍ରୀ କ୍ରିଷ୍ନା ନାୟକ,ସମ୍ପାଦିକା ପୂଜା ରାଣୀ ଜେନା ଏବଂ ଶ୍ରୀ ଜଗନ୍ନାଥ କମିଟି ସଦସ୍ୟ ମାନଙ୍କ ଦ୍ବାରା ରଥଯାତ୍ରା ମହୋତ୍ସବ ପରି ଚାଳନା କରାଯାଇଥିଲା। ରଥଯାତ୍ରାରେ ପ୍ରଶାସନ ଦ୍ଵାରା ପୂର୍ଣ ସହଯୋଗ କରାଯାଇଥିଲା। ପ୍ରଶାସନ ଦ୍ବାରା ଟ୍ରାଫିକ ବ୍ୟବସ୍ଥା ଏବଂ ପରିମଳ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଠାକୁର ରାଜା ରାମଚନ୍ଦ୍ର ଜେନା ଛେରା ପ୍ରହରା କରିଥିଲେ। ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *