Breaking News – ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ର ବାମ ଗୋଡ଼ରେ ଗୁଳି ବାଜିଛି

ଝାରସୁଗୁଡା,୧୯/୧୦/୨୦୨୬(ଓଡ଼ିଶା ସମାଚାର)- ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ପୁଲିସ ର ଏନ୍କାଉଣ୍ଟର। । ଆମଦରହ ଜଙ୍ଗଲରେ ଝାରସୁଗୁଡ଼ା ପୁଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପରକୁ ଅତର୍କିତ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ପୁଲିସ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଟଳି ପଡ଼ିଥିଲା। ବଣ୍ଟି ପ୍ରସାଦ କୁ କାବୁ କରି ତୁରନ୍ତ ତାକୁ ଚିକିତ୍ସା ପାଇଁ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତରିତ କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ର ଘର ହନୁମାନ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଓରିଏଣ୍ଟ ଥାନା କେସ୍  ରେ ବଣ୍ଟିକୁ ଧରିବାକୁ ପୁଲିସ ଖୋଜୁଥିଲା । ଆଜି ସକାଳ ପ୍ରାୟ ୬ଟା ସମୟରେ ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲରେ ହନୁମାନ ନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ ଲୁଚି ରହି କୌଣସି ଅପରାଧୀକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା ।

ଖବର ପାଇ ଓରିଏଣ୍ଟ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲା।
ଘଟଣାସ୍ଥଳରୁ ପୁଲିସ ବେଆଇନ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ତା’ ନାଁରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ପାଖାପାଖି ୧୭ଟି ସଙ୍ଗୀନ ମାମଲା ରହିଛି ।

Leave a Reply

Your email address will not be published. Required fields are marked *