ମନୋଜ ଭୋଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା :

ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ !

କଟକ ସଦର,୨୨/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ମନୋଜ ଭୋଇଙ୍କ ଝୁଲନ୍ତା ଶବ ଗତ ୫ ଦିନ ତଳେ ସିଂଘାଳ ଚାରି ମାଣିଆ ପାଇକା କୂଳର ଏକ ନିମ୍ ଗଛରୁ ଉଦ୍ଧାର କରାଯାଇଥିଲା। ହେଲେ ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢିଭୁତ ହୋଇଥିଲା।

ପୁଅ କେବେହେଲେ ଆତ୍ମହତ୍ୟା କରିନଥିବା କହି ମୃତକଙ୍କ ବାପା ପୁଅକୁ ହତ୍ୟା କରାଯାଇଥିବା ପୋଲିସ୍ ନିକଟରେ ସିଧାସଳଖ ଅଭିଯୋଗ କରିଛନ୍ତି।ଏଣେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରି ବସିରହି ଥିବା ବେଳେ ସେପଟେ ଏହା ଏକ ପ୍ରେମ ବ୍ୟାପାରକୁ ନେଇ ଅନର କିଲିଂ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ପୋଲିସ କେବେ ସ୍ପଷ୍ଟ କରୁଛି ତାକୁ କେବଳ ଦେଖିବାକୁ ଜନସାଧାରଣ ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *