କଟକ ରେ ମନ ମୋହୁଛି  ବାଲୁକା ରଥ

 କଟକ, ୧୫/୦୭/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଆସନ୍ତାକାଲି ପୁରୀ ଯାଇ ତିନିଠାକୁରଙ୍କୁ ଦର୍ଶନ କରିବେ। ଆଉ ଯେଉଁମାନେ ଯାଇ ପାରିବେ ନାହିଁ ବିଶେଷ କରି କଟକ ଓ ନେତାଜୀ ସଂଗ୍ରହାଳୟ କୁ ଆସୁଥିବା ଲୋକଙ୍କ ପାଇଁ ଯୁବ ବାଲୁକା ଶିଳ୍ପୀ ସିଦ୍ଧାର୍ଥ ବେହେରା ମହାପ୍ରଭୁ ଜଗନ୍ନାଥ ଙ୍କ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି।

୪୦ ଟନ ବାଲିରେ ଏହି କଳାକୃତି ବେଶ ସୁନ୍ଦର ଓ ନିଖୁଣ ଭାବେଗଢି ତୋଳିଛନ୍ତି ସିଦ୍ଧାର୍ଥ। ଏହି ଆର୍ଟ କୁ କରିବା ପାଇଁ ତାଙ୍କୁ ୨୪ ଘଣ୍ଟା ସମୟ ଲାଗିଥିଲା।  ବାଲୁକା ଶିଳ୍ପୀ ଙ୍କର ଏହି ଆର୍ଟ ଟି ବେଶ ଆକର୍ଷଣୀୟ । ନେତାଜୀ ମିୟୁଜିୟମ କୁ ଆସୁଥିବା ଦର୍ଶକ ମାନେ ବୁଲାବୁଲି କରିବା ସହ ଏହି ଶ୍ରୀ ଜଗନ୍ନାଥଙ୍କ ବାଲୁକା କଳା ଦେଖି ବେଶ ପ୍ରସଂଶା କରୁଛନ୍ତି।

Leave a Reply

Your email address will not be published. Required fields are marked *