ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ  ସମୀକ୍ଷା ବୈଠକ।

ଜଗତସିଂହପୁର,୧୫/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ  ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ଅଧ୍ୟକ୍ଷତା କରି  ଜିଲ୍ଲାପାଳ ତଥା ଜିଲ୍ଲା ସଡ଼କ ସୁରକ୍ଷା ସମିତି ଅଧ୍ୟକ୍ଷ ଶ୍ରୀ ଜେ ସୋନାଲ  ଜିଲ୍ଲାର ଜାତୀୟ ରାଜପଥ ୫୫, ୫୩ ଓ ରାଜ୍ୟ ରାଜପଥ ୧୨ ର ସୁରକ୍ଷା ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବାଲିକୁଦା ବାଇପାସ୍ ନିକଟରେ ଭାରିଯାନ ର ଅବୈଧ ପାର୍କିଂ ଦୁର୍ଘଟଣା ର କାରଣ ହେଉଥିବାରୁ ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଏଜେନ୍ସୀ ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ରେ ଭଡ଼ା ସୂତ୍ର ରେ ଜାଗାନେଇ ସେଠାରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଉପଦେଶ ଦେଇଥିଲେ।

ରାଜପଥ କଡ଼ରେ ଗଢ଼ି ଉଠିଥିବା ବିଭିନ୍ନ କଲ୍ୟାଣ ମଣ୍ଡପ ଗୁଡିକର ଲାଇସେନ୍ସ ତଥା ଅନୁମତି ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ଉପ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏଥିସହିତ ରାଜପଥ କଡର ଢାବା, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ଅନୁମତି ପ୍ରମାଣପତ୍ର ଯାଞ୍ଚ କରି ଆବଶ୍ୟକ ସ୍ଥଳେ ଏହାକୁ ହଟାଇବାର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଜିଲ୍ଲା ରେ ଜାତୀୟ ରାଜପଥ ର କାର୍ଯ୍ୟକାରିତା , ମରାମତି, ଅବୈଧ ପାର୍କିଂ ଆଦି ବିଷୟରେ ଗୁରୁତ୍ୱାରୋପ ସହ ଏହାର ପ୍ରତିକାର ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ୨୦୨୫ ନଭେମ୍ବର ୨ ଏବଂ ୩ ତାରିଖରେ ଘଟିଯାଇଥିବା ତେଲେଙ୍ଗାନା ରାଜ୍ୟ ରଙ୍ଗାରେଡି ଜିଲ୍ଲା ରେ କ୍ରମାଗତ ୩୪ ଜଣ ଙ୍କ ମୃତ୍ୟୁ ପରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶନାମା ରେ  ମୃତାହତ ଙ୍କ ପାଇଁ ବ୍ୟବସ୍ଥିତ ଅବହେଳା ଏବଂ ବିପର୍ଯ୍ୟୟ ମୁଳକ ଭିତ୍ତିଭୂମି ର ବିଫଳତାକୁ ସ୍ଵତଃସ୍ପୃତ ଭାବରେ ସମୀକ୍ଷା ରିପୋର୍ଟ ସହ ତାର ପ୍ରତିକାର ବିଷୟରେ  ଅବଲୋକନ କରାଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ମଧ୍ୟ ଏହି ଦିଗରେ ନିଜର ମତ ବ୍ୟକ୍ତ କରିଥିଲେ।ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ଵାରା ସମୀକ୍ଷା  ପ୍ରସ୍ତୁତି କୁ ଅବଲୋକିତ କରି   ରାଜପଥ ପାର୍ଶ୍ବରେ ଥିବା ତୃଟି କୁ ନଜର ରଖି କେତେ ଗୁଡିଏ ବିଷୟ ବସ୍ତୁ ଉପରେ ଗମ୍ଭିର ଭାବରେ ଉତ୍ଥାପନ କରିଥିଲେ। ଯଥା ପ୍ରତି ୧୫ ଦିନରେ ନିୟମିତ ସୂଚି ସହ କାର୍ଯସୁଚୀ ନିରିକ୍ଷଣ ହେବ, smart ଟ୍ରାଫିକ ଏନଫୋର୍ସ  police and highway  ପେଟ୍ରୋଲିଂ, ବେଆଇନ ଭାବରେ ଅବରୋଧ ଏବଂ ହାଇଓ୍ବେ ପାର୍ଶ୍ଵରେ ଥିବା ଢ଼ାବା ଉଠାଇବା। ରାଜପଥ ପାର୍ଶ୍ଵରେ ଥିବା ଅନୁଷ୍ଠାନ ମାନଙ୍କର ଅନୁମତି ପତ୍ର ଏବଂ ଏନଓସି ତଦାରଖ କରିବା, ସମସ୍ତ ସମୀକ୍ଷା ରାଜ୍ୟ ପରିବହନ ଆୟୋଗଙ୍କ ପାଖରେ ଦାଖଲ କରିବା, ରାଜପଥ ର ପ୍ରତି ୭୫ କିଲୋମିଟର ଦୂରତାରେ BLS (Basic Life Support)ଆମ୍ବୁଲାନ୍ସ ସେବା ଯୋଗାଇବା ଏବଂ କ୍ରେନ୍ ଅବସ୍ଥାପିତ କରିବା ସହ ରାଜପଥ ପାର୍ଶ୍ବରେ ବିଶ୍ରାମ ଗୃହ   ଏବଂ ସୁରକ୍ଷିତ ପାର୍କିଂ ବ୍ୟବସ୍ଥା କରିବା, ବ୍ଲାକ ସ୍ପଟ ସ୍ଥାନରେ rectification, ଲାଇଟ୍, କ୍ୟାମେରା ଏବଂ ସତର୍କୀକରଣ ସଙ୍କେତ ଲଗାଇବା ଇତ୍ୟାଦି ଉପରେ ଅବଲୋକନ କରିଥିଲେ।

ଉକ୍ତ ବୈଠକ ରେ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପାରାଦ୍ୱୀପ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ଜଗତସିଂହପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ସିଂ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡ଼ଃ ସନ୍ତୋଷ କୁମାର ବେହେରା ଙ୍କ ସମେତ ସମସ୍ତ district road safety task force ର ସଭ୍ୟ ମାନେ ଉପସ୍ଥିତ ରହି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ କାର୍ଯ୍ୟ କୁ ସୂଚାରୁରୂପେ ପ୍ରତିପାଦନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *