ଭୁବନେଶ୍ୱର, ୧୫/୧୦/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ, ମଙ୍ଗଳବାର ସହରାଂଚଳ ବିକାଶ ଏବଂ ଗତିଶୀଳତା କ୍ଷେତ୍ରରେ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ସହିତ ଏକ ଗଭୀର ଏବଂ ରଣନୈତିକ ସହଯୋଗ ପାଇଁ ମାର୍ଗ ଅନୁସନ୍ଧାନ କରିବା ପାଇଁ ଆଲୋଚନା କରିଛି । ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭିତିଭୂମି ବିକାଶ, ସ୍ଥାୟୀ ଗତିଶୀଳତା ଏବଂ ସ୍ଥିର ସହରାଂଚଳ ଯୋଜନା କ୍ଷେତ୍ରରେ ସୁଦୃଢ଼ ସହଯୋଗ ମାଧ୍ୟମରେ ଓଡ଼ିଶାର ସହରୀ ପରିବର୍ତନକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା ।
ଉଭୟ ପକ୍ଷ ସହରାଂଚଳ ପଦକ୍ଷେପଗୁଡ଼ିକର ଦ୍ରୁତ, ସ୍ମାର୍ଟ ଏବଂ ଅଧିକ ସ୍ୱଚ୍ଛ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ତଦାରଖ, ତଥ୍ୟ-ଚାଳିତ ନିଷ୍ପତିି ଗ୍ରହଣ ଏବଂ ସମନ୍ୱିତ ପ୍ରକଳ୍ପ ପରିଚାଳନା ପାଇଁ ମିଳିତ କମିଟି ଗଠନ ଉପରେ ଆଲୋଚନା କରିଥିଲେ । ସୌଗତ ଦାସଗୁପ୍ତା ଏବଂ ଅଭିଷେକ ମୁଖାର୍ଜୀଙ୍କୁ ନେଇ ଗଠିତ ଏସୀୟ ଉନ୍ନୟନ ବ୍ୟାଙ୍କର ଏକ ପ୍ରତିନିଧିମଣ୍ଡଳୀ ଦୀର୍ଘକାଳୀନ ସହଭାଗୀତା ପାଇଁ ଏଡିବିର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ସହରାଂଚଳ ବିକାଶ ଏବଂ ଗତିଶୀଳତା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ଭଳି ସହଯୋଗୀ କ୍ଷେତ୍ରଗୁଡ଼ିକୁ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାର ସେମାନଙ୍କର ଉଦ୍ଧେଶ୍ୟ ପ୍ରକାଶ କରିଥିଲା, ଯାହା ଦ୍ୱାରା ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯିବ ।
