ଭୁବନେଶ୍ୱର,୧୧/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭିସ୍ୱାସ ସ୍କୁଲ୍ ଏବଂ କଲେଜ ଅଫ୍ ନର୍ସିଂ ଓ ପାରାମେଡିକାଲ୍ କଲେଜରେ ଏକ ଜୀବନ ପରିଚାଳନା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ମିଶନ, ଓଡ଼ିଶାର ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜ ପରିଚାଳନା କରିଥିଲେ।
ଏହି ପ୍ରେରଣାଦାୟକ ଓ ଆଲୋଚନାମୂଳକ ଅଧିବେଶନରେ ସ୍ୱାମୀଜୀ ଶୃଙ୍ଖଳା, ସମୟାନୁବର୍ତ୍ତିତା, କର୍ମ ପ୍ରତି ନିଷ୍ଠା ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସତ୍ କର୍ମ, ସକାରାତ୍ମକ ଅଭ୍ୟାସ ଓ ଭଲ ଚରିତ୍ର ସ୍ୱଳ୍ପକାଳୀନ ଏବଂ ଦୀର୍ଘକାଳୀନ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ସେ ଛାତ୍ରଛାତ୍ରୀମାନଙ୍କୁ ଏକ ଶୃଙ୍ଖଳିତ, ଦାୟିତ୍ୱବାନ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନଯାପନ କରିବା ସହିତ ନିଜର ଭବିଷ୍ୟତ ବୃତ୍ତିଗତ ଜୀବନ ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲେ।
