ଧର୍ମ ପରାୟଣ ମହିଳା ନଳିନୀ ପ୍ରଭା ତ୍ରିପାଠୀ ଙ୍କ ପରଲୋକ

ଭୁବନ ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତର ବାରୁଆଁ ଗ୍ରାମର ସ୍ବର୍ଗତ ନୀଳମଣି ତ୍ରିପାଠୀ ଙ୍କ ଧର୍ମପତ୍ନୀ ନଳିନୀ ପ୍ରଭା ତ୍ରିପାଠୀ ଙ୍କ ର ବୁଧବାର ଅପରାହ୍ନ ୪ ଘଟିକା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ।

ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ବଡପୁଅ ଢେ଼ଙ୍କାନାଳ ଜିଲ୍ଲା ଦେବୋତ୍ତର ଅଧିକାରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ସମେତ ସାନପୁଅ ପ୍ରବୀର,ପୁତ୍ରବଧୂ ଓ ୪ ଝିଅ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ । ନଳିନୀ ପ୍ରଭା ଙ୍କ ବିୟୋଗ ଖବର ପାଇ ବାରୁଆଁ ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ,ସମାଜସେବୀ ବିନୟ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବନ୍ଧୁ ବାନ୍ଧବ,ଆତ୍ମୀୟ ସ୍ୱଜନ ଓ ଶତାଧିକ ଗ୍ରାମବାସୀ ଶବାଧାରରେ ସାମିଲ ହୋଇଥିଲେ ।

ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସାନପୁଅ ପ୍ରବୀର କୁମାର ତ୍ରିପାଠୀ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ନଳିନୀ ପ୍ରଭା ଏକାଧାରରେ ଜଣେ ଧର୍ମ ପରାୟଣ, ପରୋପକାରୀ,ସ୍ନେହୀ, ଦୟାଳୁ ଓ ମେଳାପୀ ସ୍ୱଭାବର ମହିଳା ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *