ରାଣୀ ମହୁମାଛି ସହ ୪ ଗ୍ରାହକ ଗିରଫ
ଜଟଣୀ ୨୧/୦୫/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ ରାମଚନ୍ଦ୍ରପୁର ବଜାର ଅଂଚଳରେ ଥିବା “ସାଇ ବିହାର” ସ୍ଥିତ “ସାଇ କିରଣ ଭବନ’ ଘରେ ଚାଲିଥିବା ସେକ୍ସ ରାକେଟ ଠାବ କରିଛି ଜଟଣୀ ପୋଲିସ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଇ ଏହି ଅନୈତିକ କାରବାର ଅନେକ ଦିନ ଧରି ଚାଲିଥିଲାା ଏହି ବାବଦରେ ପୂର୍ବରୁ ପୁଲିସକୁ ଅନେକ ଥର ଅବଗତ କରାଯାଇଥିଲେ ମଧ୍ୟ ପୁଲିସର ଉଦାସୀନତା କାରଣରୁ ଏହା ବେଧଡକ ଭାବେ ଚାଲିଥିଲା କୁହାଯାଉଛି । ଯେଉଁ ଘରେ ଅନୈତିକ କାର୍ଯ୍ୟ ଚାଲିଥିଲା ତାହା ଜଣେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଘର ବୋଲି ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ।
ଯେଉଁଥିପାଇଁ ଭୟରେ ଅଂଚଳର ବାସିନ୍ଦା ମାନେ ସବୁ ଜାଣି ଚୁପ ରହିବାକୁ ବାଧ୍ୟ ହେଉଥିଲେ । ଅନ୍ୟ ପକ୍ଷରେ ସ୍ଥାନୀୟ ୱାର୍ଡର କାଉନସିଲର କହିଛନ୍ତି ସେ ଏ ବାବଦରେ ବହୁ ଦିନରୁ ଅବଗତ ଥାଇ ପୁଲିସକୁ ବାରମ୍ବାର ଖବର ଦେଇଥିଲେ । ତେବେ ଯାହେଉ ଡେରିରେ ହେଲେବି ବୁଧବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାଧିକାରୀଙ୍କ ନିର୍ଦେଶ କ୍ରମେ ଥାନାର ଏକ ଟିମ ଉକ୍ତ ଘରେ ଚଢ଼ାଉ କରି ରାଣୀ ମହୁମାଛି ସମେତ ୪ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୫ ଦେହଜୀବୀ ମାନଙ୍କୁ ଥାନାକୁ ଆଣିଥିଲେ । ସେମାନେ ହେଲେ ଯଥାକ୍ରମେ ଗଡ଼ଖୋର୍ଦ୍ଧା ଅଂଚଳର ମନୋରଞ୍ଜନ ବଳବନ୍ତରାୟ (୪୯) ଏବଂ ବୃନ୍ଦାବନ ବିଶ୍ୱାଳ (୨୫), ଡେଲାଙ୍ଗ ଥାନା ଅନ୍ତର୍ଗତ ଓଡ଼ ତରାବୋଇ ଗ୍ରାମର ଶଶୀକାନ୍ତ ତାଡ (୨୯) ଏବଂ ଅଜୟ ଦାସ (୨୯) ଙ୍କ ସମେତ ରାକେଟର କିଙ୍ଗପିନ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ବାଙ୍କନିଧି ସ୍ୱାଇଁଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ (୪୫) ଓ ସହଯୋଗୀ ରାଣୀ ମହୁମାଛି ସ୍ଥାନୀୟ ରେତଙ୍ଗ କଲୋନୀର ଡି ରାମାରାଓଙ୍କ ପତ୍ନୀ ଡି ଗୌରୀ (୪୮) । ଏହି ଅନୈତିକ କାରବାରରେ ଯୁବତୀମାନଙ୍କୁ ନେବା ଆଣିବା ଦାୟିତ୍ୱରେ ଥିବା ଅଟୋ ଚାଳକ ବାଛରାପାଟଣା ଅଂଚଳର ବି କୁମାର (୩୦)ଙ୍କୁ ଗିରଫ କରାଯାଇ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।
ପୁଲିସ ଘଟଣା ସ୍ଥଳରୁ ପାଂଚଟି ମୋବାଇଲ ଫୋନ, ନଗଦ ୫ ହଜାର ୨୫୦ ଟଙ୍କା ସହିତ ବହୁ ଆପତିି ଜନ୍ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଏହି ରାକେଟ ପଛରେ ଘର ମାଲିକଙ୍କ ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ କରୁଛି । କିନ୍ତୁ କହିବାକୁ ଗଲେ ଯେଉଁ ମାଲିକ ଘର ଭଡା ଦିଏ ତାହାର ସମ୍ପୂର୍ଣ୍ଣ ବିବରଣୀ ସ୍ଥାନୀୟ ଥାନାରେ ଏହି ବାବଦରେ ଅବଗତ କରିବା ପାଇଁ ନିୟମ ଥିବା ବେଳେ ଏହି ନିୟମର ଅବମାନନା କରିବା କେତେ ଦୂର ଯଥାର୍ଥ ତାହା ଆଲୋଚନର ବିଷୟ ପାଲଟିଛି । ଅନ୍ୟ ପକ୍ଷରେ ଜଟଣୀର ଅନେକ ସ୍ଥାନରେ ଏଭଳି ଅନୈତିକ କାରବାର ଲୁଚାଛାପାରେ ଚାଲିଥିବା ବେଳେ ଏହା ପଛରେ ବହୁ ଭଦ୍ରମୁଖା ପିନ୍ଧା ପରୋକ୍ଷରେ ରହି ପରିଚାଳନା କରୁଥିବା ସାଧାରଣରେ ଆଲୋଚନାର ପ୍ରମୁଖ ଚର୍ଚ୍ଚା ଜୋର ଧରିଛି ।
