କଷଣଅଂଟାରେ ମନ-କି-ବାତ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ୨୮/୦୬/୨୦୨୬ (ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୫ତମ ଅଧ୍ୟାୟ ମନ-କି-ବାତ୍ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ନଗର ବିଜେପି ଉପ-ସଭାପତି ମନୋଜ ସ୍ୱାଇଁ ଙ୍କ  ତତ୍ୱାବଧାନରେ କଷଣଅଂଟା ୱାର୍ଡ ନଂ- ୫ରେ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ-ରାଜନଗରର ଲଢୁଆନେତା ଲଳିତ ବେହେରା , ପଟ୍ଟାମୁଣ୍ଡାଇ ବିଜେପି ନଗର ପ୍ରଭାରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ , ଯୁବନେତା ସର୍ବେଶ୍ୱର ପ୍ରଧାନ, ବିଜେପି ନଗର ସଂପାଦିକା ତୁଳସୀ ବିଶ୍ୱାଳ , ମନ୍ମଥ ରାଉତ, ଅଭିମନୁ୍ୟ ସାମଲ, କଷଣଅଂଟା ବୁଥ ସଭାପତି ସତ୍ୟବ୍ରତ ସାମଲ, ଭସ୍କର ସାହୁ , ଅଂଶୁମାନ ବାରିକ, ଅନୀଲ ରାଉତ, ଶୁଭ୍ରାଂଶୁ ଜେନା, ରବିନ୍ଦ୍ର ମଲିକ, ପ୍ରଦୀପ ରାଉତ, ନରେନ୍ଦ୍ର ସାମଲ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ମଳିକ, ରଜତ ଜେନା , ପ୍ରେମାନନ୍ଦ ରାଉତ ପ୍ରମୁଖ ବହୁ ବିଜେପି କର୍ମୀଙ୍କ ସହିତ ଆଖପାଖ ଅଂଚଳର ବହୁ ଲୋକ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *