ଧର୍ମପ୍ରାଣା  ମହିଳା ଙ୍କ ବିୟୋଗ ରେ ଶୋକ

ମାହାଙ୍ଗା ୦୮/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ ୯ ନମ୍ବର ୱାର୍ଡର ମହିୟସୀ ଧର୍ମପ୍ରାଣା ମାତାଜୀ ଦେବୀଙ୍କ ଗୁରୁବାର ଭୋରରୁ କେୟାର ହସ୍ପିଟାଲ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । କୁହୁଣ୍ଡା ଗ୍ରାମର ସ୍ବର୍ଗତ ପରୀ ବେହେରାଙ୍କ ସହଧର୍ମିଣୀ ମାତାଜୀ ଦେବୀଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିଲା ।  ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ରେ ଚିଫ ମ୍ୟାନେଜର ଭାବେ କାର୍ଯ୍ୟକରୁଥିବା କନିଷ୍ଠ ପୁତ୍ର ବିଳାସ ବେହେରା ମୁଖାଗ୍ନି ଦେଇଥିଲେ । ଗ୍ରାମ୍ ଶ୍ମାଶନରେ ମାତାଜୀଙ୍କ ଅନ୍ତିମ ସଂସ୍କ।ର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଡାକ୍ତର ଅକ୍ଷୟ କୁମାର ବେହେରା, ମଧ୍ୟମପୁତ୍ର ସେନା ଅଧିକାରୀ ଅଭୟ କୁମାର ବେହେରା,ପୁତ୍ର କୈଳାସ ଚନ୍ଦ୍ର ବେହେରା, ଝିଅ କନକଲତା,କୁନି ଲତା, ଗୋଲାପ ମଞ୍ଜରୀ,ରତ୍ନ ମଞ୍ଜରୀ, ମୁକ୍ତା ମଞ୍ଜରୀ, ପୁତ୍ର ବଧୂ ମିନା, ସରସ୍ବତୀ, ନମିତା,ଚିନ୍ମୟୀ, ଜ୍ୱାଇଁ ବାସୁଦେବ, ମାଧବାନନ୍ଦ, ଶରତ, ରମାକାନ୍ତ, ଆଲୋକ ପ୍ରମୁଖ ଶବାଧାରାରେ ସାମିଲ ହୋଇଥିଲେ ।  ଏହି ଦୁଖଦଃ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗୀୟ ମାତାଜୀ ଦେବୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାଜସେବୀ ରବୀନ୍ଦ୍ର ନାଥ ଦାସ,ସାମ୍ବାଦିକ ଅଖିଳେଶ ମହାନ୍ତି,ନଟବର ମହାନ୍ତି,ସୁଧୀର କୁମାର ମହାନ୍ତି, ପୁନ୍ନାନନ୍ଦ ମହାନ୍ତି,ନୃସିଂହ ସାମଲ, ଦେବ ପ୍ରସାଦ ମହାନ୍ତି,ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର,ଜୟଦେବ ମହାନ୍ତି, ବାବାଜୀ ମହାନ୍ତି, ଇନ୍ଦ୍ରମଣି ମହାନ୍ତି, ସୁଜୟ ବେହେରା,କିଶୋର ଚନ୍ଦ୍ର ଦାଶ, ନିମାଇଁ ଚରଣ ବେହେରା, ମୂଷିବର ପଲେଇ, ଚନ୍ଦ୍ରମଣି ଦାଶ, ସୁନାକାର ବେହେରା, ଅଫସର ତୁଲ୍ଲା,ସୁଶାନ୍ତ ଦାସ,ଅରୁଣ ପ୍ରଧାନ, ସୁଧାଂଶୁ ପାଣି,ଭାରତ ଭୂଷଣ ଦାସ,ହେମନ୍ତ ପ୍ରଧାନ, ଅଚ୍ୟୁତାନନ୍ଦ ପଲେଇ, ରବୀନ୍ଦ୍ର ପୃଷ୍ଟି,ଚନ୍ଦ୍ରଭାନୁ ଆଚାର୍ଯ୍ୟ, ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି, ନିରଞ୍ଜନ ମୁଦୁଲି, କେଦାରେଶ୍ୱର ।

Leave a Reply

Your email address will not be published. Required fields are marked *