ଯାଜପୁର, ୦୮/୦୨/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କୁମାର କର ) – ଗଣତନ୍ତ୍ରରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇ ପାରିବ ନାହିଁ। ସେମାନେ ହେଉଛନ୍ତି ସେବକ ସେବା କରିବା ଲୋକ ପ୍ରତିନିଧି ମାନଙ୍କ କର୍ତ୍ତବ୍ୟ। ଅପର ପକ୍ଷରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଦାୟିତ୍ବ ନିର୍ବାହ କଲେ ଜନସେବା କ୍ଷେତ୍ରରେ ରାଜନୈତିକ ନେତା, ଅଧିକାରୀ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ଵୟ ରହିପାରିବ ବୋଲି ଧାରପୁର ପଂଚାୟତରେ ଥିବା ଅମୃତ ସରୋବର ପରିସରରେ ବରୀ ସରପଞ୍ଚ ସଂଘ ତତଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି।
ସେହିପରି ସମ୍ମାନିତ ଅତିଥି ଭାବେ ବରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ୨୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଯୋଗଦେଇ କର୍ତ୍ତବ୍ୟ କରିବା ସମୟରେ ବହୁ ବାଧା ବିଘ୍ନ ଆସିବା ସହିତ କୁଚକ୍ରୀ ମାନଙ୍କ ଶିକାର ହେବାର ଆଶଙ୍କା ରହିଥାଏ। କିନ୍ତୁ ସେସବୁକୁ ଭୃକ୍ଷେପ ନ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଲେ ସଫଳତା ନିଶ୍ଚିତ ଭାବରେ ମିଳିବ ବୋଲି କହିବା ସହିତ ପୋଲିସ କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବାଲିଆ ପଂଚାୟତ ସରପଞ୍ଚ ରେବତୀ ଜେନା ସଭାପତିତ୍ବ କରିଥିଲାବେଳେ ଅମଠପୁର ସରପଞ୍ଚ ଚିତ୍ତରଞ୍ଜନ ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ। ସରପଞ୍ଚ ସଂଘ ପକ୍ଷରୁ ବରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇ ବରୀ ସଂଗ୍ରାମ ଉପାଧିରେ ସମ୍ମାନିତ କରାଯାଇଥିଲା। କେତେକ ପଂଚାୟତର ସରପଂଚ ମାନେ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ଗୁଡିକ ଉପସ୍ଥାପନ କରିବା ସହିତ ସଂଘୀୟ ଚିନ୍ତା ଧାରା ଭିତରେ ବରୀ ସରପଞ୍ଚ ସଂଘ ସବୁବେଳେ କାର୍ଯ୍ୟ କରି ଆସିଛି ଓ ଆଗକୁ ଜାରି ରଖିବ ବୋଲି ଉଦୟନାଥପୁର ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ କୁମାର ସାମଲ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସୋନାଲି ସିଂହ, ମଧୁସ୍ମିତା ସାମଲ, କୁନା ମଲିକ, ଧୀରେନ୍ଦ୍ର ଜେନା, ସଞ୍ଜୟ ସେଠୀ, ମଧୁସ୍ମିତା ବେହେରା,ମଧୁସ୍ମିତା ସାମଲ, ବନ୍ଦନା ସାମଲ, ନିରୁପମା ମଲିକ, ଦେବି ପ୍ରସାଦ ମିଶ୍ର, ଶୁଶାନ୍ତ ଦାସ, ମାମିନା ଦାସ, ସୁଚିତ୍ରା ମଲିକ ପ୍ରମୁଖ ଯୋଗଦେଇଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ମନୋଜ ସିଂହ, ବିଶ୍ୱନାଥ ସେଠୀ, ଗୌତମ ମଲିକ, ସଂଗ୍ରାମ ସାମଲ, ସମିତି ସଭ୍ୟ ଶ୍ରୀଧର ସେଠୀ ପ୍ରମୁଖ ଯୋଗଦେଇଥିଲେ।