ସାହାସପୁର ପଂଚାୟତରେ ନବୀନ ଓଡ଼ିଶା ସଚେତନତା ଶିବିର ଅନୁଷ୍ଠିତ ।

ଯାଜପୁର,୨୭/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ବରୀ ନିର୍ବାଚନ ମଣ୍ଡଳୀ ଯାଜପୁର ବ୍ଲକ ଅନ୍ତର୍ଗତ ସାହାସପୁର ପଂଚାୟତ ଅଫିସ ପଡିଆ ଠାରେ ଆଜି ନବୀନ ଓଡ଼ିଶା ଆମ ଓଡ଼ିଶା ପଂଚାୟତ ସ୍ତରୀୟ  ସଚେତନତା କାର୍ଯକ୍ରମ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଯାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣଲତା ପରିଡ଼ା , ଉପାଧ୍ୟକ୍ଷ କମଳ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହାସପୁର ସରପଂଚ ଶ୍ରୀମତୀ କଲ୍ପନା ଭୂୟାଁ , ପୂର୍ବତନ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ , ଝାଲପଡ଼ା ସମିତି ସଭ୍ୟ ନିର୍ମଳ ସାମଲ , ମହେଶ୍ୱରପୁର ସମିତି ସଭ୍ୟା ସ୍ମୃତିରେଖା ସାମଲ  , ୩୦‌ନ ଜିଲ୍ଲାପରିଷଦ ସଭ୍ୟା ସୁନିତା ରାଉତ , ବିଜେଡି ନେତା ଗଣେଶ୍ୱର ମହାକୁଡ , ପରେଶ୍ ବିଶ୍ଵାଳ , ଛାତ୍ର ସଂଗଠକ ଲକି ସାହାଣୀ ଙ୍କ ସମେତ ବହୁ ବିଜେଡି ନେତା ,ନେତ୍ରୀ , ସରପଂଚ ମଞ୍ଚରେ ଉପସ୍ଥିତ ରହି ନବୀନ ଓଡିଶା  ବିଷୟ ରେ ଆଲୋକପାତ କରିଥିଲେ । ସାହାସପୁର ପଂଚାୟତରେ ସରପଂଚ ଶ୍ରୀମତୀ ଭୂୟାଁ ଙ୍କ ପାଇଁ ଆଜି ବ୍ୟାପକ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିଛି ଯାହାକି ପ୍ରଂଶସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ପଂଚାୟତ ର ଶିକ୍ଷାବିତ୍ , କଳାକାର , ସାମାଜିକ କର୍ମୀ , ଏସଏଚ୍ଚଜି ଗ୍ରୁପ ସଭ୍ୟା ଓ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ପଂଚାୟତ ର କଳାକାର ଓ ବିଦ୍ୟାଳୟ ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିକାଶର ଏକ ଝଲକ ପତ୍ରିକା ରେ  ଆମ ଓଡ଼ିଶା ନବୀନ ଓଡ଼ିଶା ରେ  ୧୩ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ  ୧୩୩୪ ପରିବାର  ଅନ୍ତର୍ଭୁକ୍ତ ଓ ୧୬୪ ହିତାଧୁକାରୀ ଉପକୃତ ହୋଇଥିବା ବେଳେ , ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା  ଗୋଟିଏ ପ୍ରକଳ୍ପ ପାଇଁ ୦୫ ଲକ୍ଷ ଟଙ୍କା ଆସିଛି । କାଳିଆ ଯୋଜନା ୧୦୪୧ ପରିବାର  ଅନ୍ତର୍ଭୁକ୍ତ ହୋଇଥିବା ବେଳେ ସାମାଜିକ ସୁରକ୍ଷା ଭତ୍ତା ୬୦୪ ହିତାଧିକାରୀ ପାଉଛନ୍ତି ।  ୮୮ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଇଛି ।  ୧୩୩୪ ପରିବାରଙ୍କୁ ରେସନ୍ କାର୍ଡ଼ ଓ ମମତା ଯୋଜନା  ରେ ୭୭ ଗର୍ଭବତୀ ମହିଳାଙ୍କୁ  ସହାୟତା ପ୍ରଦାନ କରାଯାଇଅଛି । ଆମ ବ୍ୟାଙ୍କ ମଧ୍ୟ ପଂଚାୟତ ରେ ଚାଲୁ କରାଯାଇଥିବା  ମଧ୍ୟ ଉଲ୍ଲେଖ କରାଯାଇଅଛି । ମଞ୍ଚ କାର୍ଯ୍ୟକ୍ରମକୁ ବିଜେଡି ନେତା ଅନିଲ କୁମାରୀ ସାହାଣୀ ପରିଚାଳନା କରୁଥିବା ବେଳେ , ପ୍ରଦୀପ୍ତ ନାୟକ ଉକ୍ତ କାର୍ଯ୍ୟକ୍ରମର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ଶିବିର କୁ ପଂଚାୟତର ସରପଂଚ ପ୍ରତିନିଧି ପ୍ରଶାନ୍ତ ରାଉତ , ବିକାଶ ପାଢ଼ୀ ଙ୍କ ସମେତ ଅନ୍ୟମାନେ ସହଯୋଗ କରି କାର୍ଯ୍ୟକ୍ରମ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *