ନିରାକାରପୁର, ୨୩/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମ ମନ୍ଦିର ପରିସର ରୁ ଗତ କାଲି ସନ୍ଧ୍ୟାରେ ଏକ ସ୍କୁଟି ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଗାଡ଼ିଟି ଆଜି ସକାଳ କୁ ମିଳିଯାଇଛି। ଖବର ରୁ ଜଣାପଡିଛି କି ଡିଆ ପଞ୍ଚାୟତର ଜଣେ ବ୍ୟକ୍ତି ଗତ କାଲି ରାମ ମନ୍ଦିର ନିକଟରେ ନିଜ ହିରୋ ହୋଣ୍ଡା ସ୍କୁଟି ରଖି କୌଣସି କାର୍ଯ୍ୟରେ ଯାଇ ଫେରି ନିଜ ସ୍କୁଟି ଭାବି ସେ ଉକ୍ତ ସ୍କୁଟି ଟି ନେଇ ପଳାଇଥିଲେ। ପ୍ରକାଶ ଥାଉ କି ପ୍ରତିଦିନ ଭଳି ଗତ କାଲି ରାମ ମନ୍ଦିର ର ଯୁଗ୍ମ ସମ୍ପାଦକ ତଥା ଗଡିଶିଗଦା ଥାନା ଅନ୍ତର୍ଗତ ବିରତୋଇ ଗ୍ରାମର ଲକ୍ଷ୍ମୀଧର ଦଳେଇ ରାମ ମନ୍ଦିର ପରିସରରେ ନିଜର ହୋଣ୍ଡା ଏକ୍ଟିଭା ସ୍କୁଟି ନମ୍ବର ଓଡି ୦୨ ଏନ ୦୮୨୫ ଗାଡିକୁ ରଖି ପୂଜା କରିବାକୁ ଯାଇଥିଲେ। କିନ୍ତୁ ସେ ଘରକୁ ଯିବା ପାଇଁ ବାହାରିଲା ବେଳକୁ ଗାଡି ନ ଥିବାର ଦେଖିବାକୁ ପାଇଥିଲେ। ପରେ ବହୁ ଖୋଜା ଖୋଜି କରି ନ ପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସକାଳୁ ଉକ୍ତ ସ୍କୁଟି ମାଲିକକୁ ଫୋନ ଯୋଗେ ପୋଲିସ ଡାକି ନିଜ ଗାଡି ନେବା ସହିତ ନେଇ ପଳାଇଥିବା ଗାଡି ଟି କୁ ଗାଡି ମାଲିକ ଲକ୍ଷ୍ମୀଧର ଦଳେଇକୁ ହସ୍ତାନ୍ତର କରାଯାଇଥିବା ପୋଲିସ ଏ ଏସ ଆଇ ଏ କେ ବେହେରା ଜଣାଇଛନ୍ତି।