କଟକ ସଦର, ୨୦/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିରରେ ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଦେଵ ଵିଵାହର ତିନି ଦିନ ପରେ ପରମ୍ପରା ଅନୁଯାୟୀ ଆଜି ଶନିବାର ରାତିରେ ଦେଵ ଦମ୍ପତ୍ତି ଶୋଭାଯାତ୍ରାରେ ନଗର ପରିକ୍ରମା କରି ଘର ବାହୁଡ଼ା (ମନ୍ଦିର ବାହୁଡ଼ା) କରିଛନ୍ତି।
ଏହି ଆଧ୍ୟାତ୍ମିକ ଦେଵ ଦମ୍ପତ୍ତିଙ୍କ ଯୁଗଳ ମୂର୍ତ୍ତି ମନ୍ଦିର ବାହାରେ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ସମାଗମ ହୋଇଥିଲା। ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଆନନ୍ଦ ବଜାରରେ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା ବେଳେ ପରିଚାଳନାରେ ସନ୍ତୋଷ କୁମାର ରଥ, ସୁରେଶ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ରାଉତ,ଶରତ ଚନ୍ଦ୍ର ରଥ, ପବିତ୍ର କୁମାର ମିଶ୍ର, ହୃଷିକେଶ ରଣା, ଆଦିକନ୍ଦ ରାଉତଙ୍କ ସମେତ ସମସ୍ତ ସେବାୟତ ପୂଜକ ଓ ଶ୍ରଦ୍ଧାଳୁମାନେ ସହାୟତା କରିଥିଲେ।
