ନିଟ ପରିକ୍ଷାର୍ଥୀ ଙ୍କ ପାଇଁ ମାଗଣା ବସ ସେବା

ଜଗତସିଂହପୁର  ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୁର୍ବରୁ ପ୍ରସାରଣ ହୋଇଥିବା ବିଜ୍ଞାପନ ରେ ସଂଶୋଧନ।

ଜଗତସିଂହପୁର, ୨୦/୦୬/୨୦୨୬ (ଓଡ଼ିଶା ସମାଚାର)-  ବିଜ୍ଞପ୍ତି ସଂଖ୍ୟା ୭୬୨୮ ତାରିଖ ୧୧-୦୬-୨୦୨୬ ରାଜ୍ୟ ପରିବହନ ଆୟୁକ୍ତ ଙ୍କ ନିର୍ଦ୍ଦେଶନାମା ରେ  ଚଳିତ ମାସ ୨୧ ତାରିଖରେ ହେଉଥିବା ନିଟ ପରୀକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା କେବଳ ସରକାରୀ ବସରେ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଜଗତସିଂହପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ଷାର୍ଥୀ ଙ୍କ ସହ  ଜଣେ ଅବିଭାବକ ମାଗଣାରେ ବସ୍ ରେ ଯିବା ଏବଂ ଆସିବା ବ୍ୟବସ୍ଥା କରାଯାଇଛି। ତତସହିତ ଜଗତସିଂହପୁର ପ୍ରଶାସନ ତରଫରୁ ଜଗତସିଂହପୁର ବସଷ୍ଟାଣ୍ଡ ରୁ ସ୍ବତନ୍ତ୍ର ବସ୍ ସେବା ପରିକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇ ଅଛି । OD05K-8860 ଏଵଂ OR21E- 0588 ଏହି ଦୁଇଟି ବସ ବସଷ୍ଟାଣ୍ଡ ଠାରୁ ନିଟ ପରୀକ୍ଷା କେନ୍ଦ୍ର ନିକଟକୁ ପରୀକ୍ଷାର୍ଥୀ ମାନଙ୍କୁ ନେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବିଧା କରାଯାଇଛି।ଏଥିପାଇଁ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ,    ଓ ଏସ୍ ଆର୍ ଟି ଓ ମ୍ୟାନେଜର ଙ୍କୁ ସଂଶୋଧନ ପତ୍ର ସଂଖ୍ୟା ୧୮୩୨ ତାରିଖ ୧୯-୦୬-୨୦୨୬ ଅନୁଯାୟୀ ଅବଗତ କରିବା ସହ ପରିକ୍ଷାର୍ଥୀ ଙ୍କୁ  ସରକାର ଙ୍କ ମାଗଣା ବସ ସେବା ର ସୁବିଧା ନେଇ ପ୍ରରୀକ୍ଷା ରେ କୃତକାର୍ଯ୍ୟ ହେବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *