ଭୁବନେଶ୍ୱର,୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ପ୍ରତିବର୍ଷ ପରି ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବ । ନୂଆଗାଁ ମହୋତ୍ସବ ପଡ଼ିଆରେ ଜୁନ ୧୩ ତାରିଖରୁ ଚାରି ଦିନ ବ୍ୟାପୀ ଏହି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ ।
୧୩ରେ ମେହେନ୍ଦୀ, ଶଙ୍ଖ ହୁଳହୁଳି, କୁନି ପ୍ରତିଭା ପଦର୍ଶନ ସହ ସଂଗୀତ, ନାଚ ପ୍ରତିଯୋଗିତା କରାଯିବ ଶିଶୁ କଣ୍ଠଶିଳ୍ପୀ ଶାନ୍ତନୁ ଓ ପ୍ରେମ କୁମାର,ହାସ୍ୟ ଅଭିନେତା ଟୁକୁନା ଷ୍ଟାଇଲସ,ମାଲଖାମ୍ବ ଗ୍ରୁପ୍, ଗିତ୍ ମହ୍ଲାର ଗ୍ରୁପ ସଂଗୀତ ପରିବେଷଣ କରିବେ । ୧୪ରେ ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ ସହ ପପୁ ପମପମ୍ କମେଡି ତଡକା ସହ ଅନନ୍ୟା ଗ୍ରୁପ୍ ଦ୍ୱାରା ସଂଗୀତ ଧମାଲ ହେବ। ୧୫ରେ ସଂଗୀତ, ନାଚ ପ୍ରତିଯୋଗିତା ସହ ଦେବେଶ ପତୀ, ସଞ୍ଜୁ ମହାନ୍ତି, ଜେମସ୍ ଲଭଲିନ୍, ସାଈ ସଙ୍ଗମ୍ ସଂଗୀତ ପରିବେଷଣ ସହ ହାସ୍ୟ ଅଭିନେତା ନନସେନ୍ସ ମଣି ଯୋଗଦେବେ।
୧୬ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପାମେଲା ଜେନ୍ ଏବଂ ଗିତ୍ ସାଗର ସଂଗୀତରେ ଝୁମଇବେ। ସେହିପରି କୁନିକୁନି ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ନାରୀ ଶକ୍ତିର ନିଆରା ଝଲକ ଓ ରାମ୍ପ ଶୋ ଅଧିକ ଆକର୍ଷଣ କରିବ । ଓଡ଼ିଶାର କଳାସଂସ୍କୃତି ଅକ୍ଷୁର୍ଣ ରଖିବାକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପ୍ରତିବଦ୍ଧ ବୋଲି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ସମ୍ପାଦକ ଡ ଚିନ୍ମୟନନ୍ଦ ବଡ଼ଜେନା, ସଭାପତି ବସନ୍ତ କୁମାର ବରାଳ ସୂଚନା ଦେଇ କହିଛନ୍ତି।
