କାଠଯୋଡି ନଦୀରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାର ବଡ଼ ଟୁଇଷ୍ଟ, ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ

କଟକ ସଦର,୦୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ୧୫ ବର୍ଷର ପ୍ରେମ ସମ୍ପର୍କରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା ବେଳେ ଏହାରି ଭିତରେ ଆଉ ଜଣେ ଯୁବତୀ ପଶିଆସି ସବୁ ଓଲଟପାଲଟ କରି ଦେବାରୁ ପ୍ରେମିକ ପ୍ରେମିକା ମଧ୍ୟରେ ଫାଟ ସୃଷ୍ଟି ହେଲା। ଯେଉଁଥିପାଇଁ ଶେଷରେ ପ୍ରେମିକର ପ୍ରତାରଣାର ଶିକାର ହୋଇ ପ୍ରେମିକାର ଜୀବନ ଚାଲିଗଲା। ଘଟଣାକ୍ରମ ଅନୁଯାୟୀ ଗତ ଗୁରୁବାର ସକାଳେ କଟକ ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ନେତାଜୀ ସେତୁ ତଳେ କାଠଯୋଡିରେ ଏକ ଯୁବତୀଙ୍କ ର ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ବାଲେଶ୍ଵର ଏଫ୍ ଏମ୍ ମେଡିକାଲ କଲେଜର ଛାତ୍ରୀ ଏଵଂ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ଚନ୍ଦ୍ରିକା ଭଞ୍ଜଵାଳା ହେମ୍ବ୍ରମ ଙ୍କର ବୋଲି ତଦନ୍ତରୁ ଜଣା ପଡ଼ିଥିଲା।

ଚନ୍ଦ୍ରିକା ସ୍କୁଲରେ ପାଠ ପଢୁଥିବା ବେଳେ ସେହି ସ୍କୁଲର ଜନୈକ ସହପାଠୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସ୍କୁଲ ଶିକ୍ଷା ଶେଷ କରି ଉଭୟେ ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜରେ ଡ଼ାକ୍ତରୀ ପାଠ ପଢ଼ିଲେ। ହେଲେ ପ୍ରେମିକ ଡାକ୍ତରୀ ପାଠପଢ଼ା ଛାଡ଼ି ଓଏଏସ୍ ପଢି କୃତକାର୍ଯ୍ୟ ହେବା ପରେ ତାଙ୍କ ଜୀବନରେ ଆଉଜଣେ ଓଏଏସ୍ ପ୍ରେମିକା ପଶି ଆସିବାରୁ ତ୍ରିକୋଣୀୟ ପ୍ରେମ ଫଳରେ  ଚନ୍ଦ୍ରିକାଙ୍କ ଠାରୁ ପ୍ରେମିକ ଦୂରେଇଵାକୁ ଲାଗିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ମନାନ୍ତର ଲାଗି ରହିଲା। ଏହାରି ଭିତରେ ରାସ୍ତାଘାଟ ଜାଣି ନଥିବା ଚନ୍ଦ୍ରିକା ଙ୍କ ଶବ କଟକ କାଠଯୋଡି ନଦୀରୁ ମିଳିବାକୁ ନେଇ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ପୋଲିସ ଵିଏନଏସ ଧାରା ୧୦୮(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଵା)ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।

କାଠଯୋଡିରୁ ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ପରିଚୟ ମିଳିଲା – ସେ ଜଣେ ଡାକ୍ତରୀ ଛାତ୍ରୀ

Leave a Reply

Your email address will not be published. Required fields are marked *