ମେଟ୍ରୋନ୍ ମହାସଂଘ ପକ୍ଷରୁ ୭ମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର,୦୩/୦୬/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ୭ମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୂପ୍ରସାଦ ତରାଇ ତାଙ୍କ ବକ୍ତବ୍ୟରେ କହିଲେ ରାଜ୍ୟ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ୫୭ଜଣ ଅନୁସୂଚିତ ଜାତି ଓ ଜନଜାତି ବିଧାୟକ ଏବଂ ପାର୍ଲାମେ ସଦସ୍ୟ ୮ଜଣଙ୍କର ଦାବିଗୁଡ଼ିକର ଦସ୍ତଖତ ସହିତ ସଂଘର କର୍ମକର୍ତାମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଖୁବ୍ଶୀଘ୍ର ଆଲୋଚନା କରିବେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନ୍ ଜୀବୀ ଶ୍ରୀମତୀ ପ୍ରତିଭା ବର୍ମା ମହୋଦୟା, ମୁଖ୍ୟବକ୍ତା ଭାବେ ରାଜ୍ୟ ଆବାହକ ଦିଗମ୍ବର ଜେନା ପ୍ରମୁଖ ଯୋଗଦେଇ ମେଟ୍ରୋନ୍ମାନଙ୍କର ୭ଦଫା ଦାବି ସମ୍ବନ୍ଧେ ଆଲୋଚନା କରି ସରକାର ଯଥାଶୀଘ୍ର ଦାବି ଗୁଡ଼ିକ ପୂରଣ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରି କହିଲେ ଯେ, ମେଟ୍ରୋନ୍ ମାନଙ୍କୁ ରାଜ୍ୟ ସରକାର ୩୦ ଗୋଟି ଜିଲ୍ଲାରେ ପ୍ରାୟ ୩୦୦୦ ହଜାର ପଦବୀ ସୃଷ୍ଟି କରି ୨୦୧୪ ମସିହାଠାରୁ ନିଯୁକ୍ତି ଦେଇ ମାସିକ ୭୫୦୦ ଟଙ୍କା ଦରମା ଦେବାସହ ୨୪ ଘଂଟା ଉପସ୍ଥିତ ରହିବା ନିମନ୍ତେ ନିର୍ଦ୍ଧେଶନାମା ଜାରି କରିଥିଲେ ।

ବଡ଼ ଦୁଃଖର ବିଷୟ, ୨୦୨୪ ମସିହାରେ ସରକାର ମାତ୍ର ୫୦୦୦ ଟଙ୍କା ବୃଦ୍ଧିକରି ମାସିକ ୧୫ ହଜାର ଟଙ୍କା ଦରମା ଦେଉଛନ୍ତି, ତାହା ସମୁଦ୍ରକୁ ଶେଙ୍ଖ । ଯଥାଶୀଘ୍ର ସର୍ବନିମ୍ନ ମଜୁରୀ ହିସାବରେ ଦରମା ବୃଦ୍ଧି, ଚୁକ୍ତିଭିତିକ କର୍ମଚାରୀଙ୍କ ପରି ମେଟ୍ରୋନ୍ ମାନଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ । ଆପଏନ୍ଟମେଂଟରେ ଥିବା ଅର୍ଡର ମୁତାବକ ଛାତ୍ରୀନିବାସର ସମସ୍ତ କାଗଜପତ୍ର ମେଟ୍ରୋନ୍ମାନଙ୍କୁ ହସ୍ତାନ୍ତର କରାଯାଇ ଇ.ପି.ଏଫ୍. କଟାଯାଉ । ସରକାରଙ୍କ ଦ୍ୱାରା ବର୍ଦ୍ଧିତ ସପ୍ତମ ବେତନ କମିଶନର ଅର୍ଥ ଲାଗୁ କରାଯାଉ । କାର୍ଯ୍ୟରତ ସମୟରେ ମୃତୁ୍ୟବରଣ କଲେ, ମୃତୁ୍ୟକାଳୀନ ସହାୟତା ରାଶି ବୃଦ୍ଧି କରାଯାଉ । ମେଟ୍ରୋନ୍ ମାନଙ୍କର ହଷ୍ଟେଲ୍ ପରିସରରେ କ୍ୱାର୍ଟର ର ବ୍ୟବସ୍ଥା କରାଯାଉ । ହଠାତ୍ କୌଣସି ଆକସ୍ମିକ ଘଟଣା ପିଲାମାନଙ୍କର ଘଟିଲେ ତାଙ୍କୁ ଚାକିରୀରୁ ବହିସ୍କାର କରାଯିବା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ବିଳମ୍ବରେ ଚାକିରୀ ଦିଆଯାଇଥିବାରୁ ଚାକିରୀର ବୟସ ସୀମା ବୃଦ୍ଧି କରାଯାଉ । ମେଟ୍ରୋନ ମାନଙ୍କ ଯୋଗ୍ୟତା ଅନୁସାରେ ୧୦% ପଦୋନ୍ନତିର ବ୍ୟବସ୍ଥା କରାଯାଉ ।

ମେଟ୍ରୋନ୍ ସଂଘ ପକ୍ଷରୁ ରାନୁବାଳା ଢାଲି, ସାଧାରଣ ସମ୍ପାଦିକା ପ୍ରଭାତି ବେହେରା, ସମ୍ପାଦିକା ଅନୁପମା ବେହେରା, ସନ୍ଧ୍ୟାରାଣୀ ସାମନ୍ତରାୟ, ମଞ୍ଜୁ ଜିନୋଫା ଖାଲ୍କୋ, ଅନୁପମା ବେହେରା, ମଞ୍ଜୁଲତା ସେଠ୍, ସସ୍ମିତା ନାୟକ, ରଞ୍ଜୁଲତା ନାଏକ, ତରୁଲତା ନାୟକ, ସନ୍ତୋଷୀବାଳା ଗୌଡ଼, ଗୀତାଞ୍ଜଳି ତରାଇ, ମିନତୀ ଜେନା, ମିନତୀ ବଳିୟାରସିଂହ, ମୋହିନୀ ବେହେରା, ଚାରୁଲତା ଦେଇ, କୁସୁମତି ନାୟକ, ଲଳିତ କୁମାର ବେହେରା, ସରୋଜିନୀ ବେହେରା, ଚାନ୍ଦିନୀ ସାହୁ, ସୀତା ମହନ୍ତ, ସଂଯୁକ୍ତା ତନ୍ତି, ପୁଷ୍ପାଞ୍ଜଳି ବାଗ, ତୋସନିଲତା ମହାନ୍ତି, ପ୍ରେମଲତା ମହାନ୍ତ, ସୁଜାତା ଗୌଡ଼, ଆସିତା କିରୋ, ପ୍ରଭାକୁମାରୀ ସୋରେନ୍, ଲିଲି ବାପିଷ୍ଟା କୁଲୁ, ସରୋଜିନୀ ଗୁରୁ, ଜ୍ୟୋତ୍ସ୍ନାମୟୀ କାଲୋ, ଗୋଲାପି ନାୟକ, ସାବିତ୍ରୀ ସେଠୀ, ମମତା ସାହୁ, ମଧୁସ୍ମିତା ମଣ୍ଡଳ, ଆରତୀ ପାତ୍ର, ଯଶୋଦା ବେହେରା, କିଜୟା ରେଡୀ, ସୁଲୋଚନା ନାୟକ, ସୁଲୋଚନା ନାୟକ, ଶୈଳବାଳା ସାହୁ, ସତ୍ୟଭାମା ବେହେରା, ଉଷାରାଣୀ ଶିଷା, ତଅପୋଇ ଦାସ, ଫୁଲମଣି ମହାନ୍ତ, ବନିତା ବେହେରା, ପାର୍ବତୀ ମହାଲିକ, ମମତା ଘୋଷ,ସୁଜାତା ସେଠୀ, ମଞ୍ଜୁଲତା ପ୍ରଧାନ, ମହିମା ନାୟକ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *