କଟକ ସଦର ,୦୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ପକ୍ଷରୁ ଵୈୟାଳିସ ମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା କଟକ ସଦର ରଜ ମହୋତ୍ସବ ପାଇଁ ଆଜି ବୁଧବାର ସଂଧ୍ୟାରେ କଳପଡା ମାନ୍ୟବର ମଣ୍ଡପରେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ମହୋତ୍ସବ କମିଟିର ସଭାପତି ତଥା ସାମାଜିକ ସଂଗଠନ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ତିନି ଦିନ ଧରି ହେବାକୁ ଥିବା ମହୋତ୍ସବରେ ଝୋଟି,ରଜ ପିଠା, ଓଡ଼ିଶା ନୃତ୍ୟ, ପାରମ୍ପରିକ ସଙ୍ଗୀତ, ଚିତ୍ରାଙ୍କନ,ରଜ କୁଇଜ୍, ସାଧାରଣ ଜ୍ଞାନ, ଶଂଖ ପୁଙ୍କା,ରଜ ସୁନ୍ଦରୀ ପ୍ରଭୃତି ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତି ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ବର୍ଦ୍ଧନା ପର୍ବ ସହିତ ପ୍ରତ୍ୟେକ ସଂଧ୍ୟାରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ଵିଜୟ କୁମାର ନାୟକ, ସମରେନ୍ଦ୍ର ମହାପାତ୍ର,ଶରତ କୁମାର ରାୟ, ଅଭିମନ୍ୟୁ ସାହୁ, ସଂଜୀବ କୁମାର ବିଶ୍ବାଳ, ତ୍ରିଲୋଚନ ଦଳାଇ, ସୂର୍ଯ୍ୟ କୁମାର ଭୂୟାଁ, ଇଂ ସୂରଜ କୁମାର ବେହେରା ପ୍ରମୁଖ ଙ୍କ ସହିତ କମିଟିର ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
