ଢ଼େଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଶପଥ ପାଠ

 “ବାଲ୍ୟ ବିବାହ ମୁକ୍ତ ଆଜି ବିଶ୍ୱ ସ୍ତରୀୟ ସଂକଳ୍ପ ରେ ପରିଣତ”

ଭୁବନ,୦୭/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଓଡାପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ମୁକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଯୁବ କେନ୍ଦ୍ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ,ଭାରତ ବର୍ଷରେ ବାଲ୍ୟ ବିବାହ ମୁକ୍ତ ” ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍” ପାଇଁ ଉଠିଥିବା ସ୍ୱର ଆଜି ବିଶ୍ୱସ୍ତରୀୟ ସଂକଳ୍ପରେ ପରିଣତ ହୋଇଛି ।

ନଭେମ୍ବର ୨୭ କୁ ବାଲ୍ୟ ବିବାହ ମୁକ୍ତ ଦିବସ ଭାବେ ପାଳନ କରିବାକୁ ଜାତିସଂଘ ଘୋଷଣା କରିଛି । ଢ଼େଙ୍କାନାଳ ଜିଲ୍ଲାର ତୃଣମୂଳ ସ୍ତରରେ ବିଶ୍ୱ ଯୁବ କେନ୍ଦ୍ର ଏଥିପାଇଁ କାର୍ଯ୍ୟ କରୁଛି । କେବଳ ଆଇନ ଦ୍ୱାରା ବାଲ୍ୟ ବିବାହ କୁ ରୋକାଯାଇ ପାରିବ ନାହିଁ। ଏଥିପାଇଁ ସ୍କୁଲ,କଲେଜ ଓ ଗାଁ ଗାଁ ରେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ,ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ,ଏବିଓ ପୋଲୋସ୍ତ୍ୟ ସାହୁ,ଏ ଏଲ ଓ ଭବାନୀ ଶଙ୍କର , ଏସ ଆଇ ପ୍ରଶାନ୍ତ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ,ଶିଶୁ ସହାୟକ ରୋଶନ କୁମାର ନନ୍ଦ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିବେଦିତା ତ୍ରିପାଠୀ,ବିଶ୍ୱ ଯୁବ କେନ୍ଦ୍ର କାଉନସେଲର ମନସ୍ମିତା ନାୟକ,ସୁମିତ୍ରା ସ୍ୱାଇଁ,କୁମୁଦିନୀ ସ୍ୱାଇଁ,ବିଦୁଲତା ଭଞ୍ଜ ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ,ଅଙ୍ଗନୱାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆଣିବା,ବାଲ୍ୟ ବିବାହ,ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା ସହିତ କିଶୋରୀ ବାଳିକା ମାନଙ୍କୁ ସାଇବର୍ ସୁରକ୍ଷା ସମ୍ପର୍କରେ ସଚେତନତା ଆବଶ୍ୟକ ବୋଲି କହିଥିଲେ ।

ଢ଼େଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଶପଥ ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *