ଭୁବନେଶ୍ୱର, ୦୪/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସତ୍ୟନଗର ଲେଡିଜ୍ ଫୋରମ୍ ଓ ସ୍ପର୍ଶ ହସ୍ପିଟାଲ ର ମିଳିତ ସହଯୋଗ ରେ ଆଜି କର୍କଟ ସଚେତନତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ମହିଳା ଓ ରମାଦେବୀ କଲେଜ ର NSS ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ସ୍ପର୍ଶ ହସ୍ପିଟାଲ ର କର୍କଟ ବିଶେଷଜ୍ଞ ଡଃ ସୁତାପା ବିଶ୍ବାସ, ସମାଜ ସେବୀ ରୋଜାଲିନ ପାଟ୍ଟଶାଣୀ, ସମାଜ ସେବୀ ସଂଯୁକ୍ତା ମହଲ, NSS ବୁରୋଚିଫ୍ ରମାଦେବୀ ଡଃ ବିଶୂମୋହନ ଜେନା, ସମାଜ ସେବୀ ଲିଲି ଜେନାମଣି, ସତ୍ୟନଗର ର ବରିଷ୍ଠ ନାଗରିକ ମଞ୍ଚ ର ଭୁବନ ମୋହନ ପଟ୍ଟନାୟକ, ମାନସ ରଞ୍ଜନ ନାୟକ ଆସିଥିଲେ ଓ କର୍କଟ ରୋଗର ସଚେତନତା ଉପରେ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ଓ ସ୍ପର୍ଶ ହସ୍ପିଟାଲ ର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସତ୍ୟନଗର ଲେଡିଜ୍ ଫୋରମ୍ ର ସୋଭେଦିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।