କଣାସ ଅଞ୍ଚଳରେ ଘଟିଥିବା ସାଂଘାତିକ ହତ୍ୟା ଉଦ୍ୟମ ଘଟଣାର ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ

ପୁରୀ,୧୧/୦୫/୨୦୨୬ (ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳରେ ଘଟିଥିବା ଏହି ସାଂଘାତିକ ହତ୍ୟା ଉଦ୍ୟମ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପି ଶେଷରେ ପୁରୀ କୋର୍ଟରେ ଆତ୍ମସମର୍ପଣ କରିଛି ।

କଣାସ ଥାନା ଅନ୍ତର୍ଗତ ଗୋଲାବଜାର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଯୁବକଙ୍କୁ ପ୍ରଥମେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ତାଙ୍କ ଉପରେ ବାଇକ ମଡ଼ାଇ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା।

 ଘଟଣା ପରଠାରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ପୋଲିସର ଚାପ ବଢ଼ିବାରୁ ଅଭିଯୁକ୍ତ କୋର୍ଟରେ  ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

​ପୋଲିସ ଏବେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବା ସହ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ।

Leave a Reply

Your email address will not be published. Required fields are marked *