ଭୁବନେଶ୍ୱର,୦୩/୦୫/୨୦୨୬(ଓଡ଼ିଶା ସମାଚାର)- ମାସିକ ସମ୍ବାଦପତ୍ର ‘ମନଫୁଲ ସନ୍ଦେଶ’ର ଉନ୍ମୋଚନ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ‘ମନଫୁଲ ସନ୍ଦେଶ’ର ସମ୍ପାଦକ ମିଲନ୍ ଜ୍ୟୋତି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ବିଧାୟକ ତଥା ଜଣାଶୁଣା ପରିବେଶବିତ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ସାମ୍ବାଦିକ ଓ ପୂର୍ବତନ ସୂଚନା ଆୟୁକ୍ତ ଦିଲ୍ଲୀପ ବିଶୋଇ, ବିଶିଷ୍ଟ ସମାଜସେବୀ ନିରୋଜଲକ୍ଷ୍ମୀ ମହାପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନଳିନୀକାନ୍ତ ନାୟକ, ବିଶିଷ୍ଟ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ, ସମାଜସେବୀ ଅଂଶୁମାନ ଦାସ ପ୍ରମୁଖ ଯୋଗଦେଇଥିଲେ ।
ଓଡ଼ିଆ ସମ୍ବାଦପତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ସହ ଓଡ଼ିଶାର ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଖେଳ, ସିନେମା ପ୍ରଭୃତି ବିଷୟବସ୍ତୁକୁ ନେଇ ଉଚିତ୍ ଓ ସଠିକ୍ ଖବର ଜନସାଧାରଣଙ୍କ ପାଖକୁ ପହଂଚାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ମନୋଜ କୁମାର ସାହୁ, ପ୍ରଜ୍ଞା ପରମିତା ମହାନ୍ତି, ମନସ୍ତୁତି ମହାପାତ୍ର, ସରୋଜ ପ୍ରଧାନ, କ୍ଷୀରୋଦ ସାହୁ, ଜଗନ୍ନାଥ ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
