ଭୁବନେଶ୍ୱର,୧୯/୦୨/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ ରେ ମହିଳା ଟି-୪୭ ବର୍ଗରେ ୧୦୦ ମିଟରରେ ପାରା ଆଥଲିଟ୍ ଜୟନ୍ତୀ ବେହେରାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।
ପ୍ରକାଶଯୋଗ୍ୟ ଯେ, ଚେନ୍ନାଇର ଜବାହାରଲାଲ ନେହେରୁ ଷ୍ଟାଡିୟମ୍ ଠାରେ ୧୭ ଫେବୃଆରୀ ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ୨୩ତମ ଜାତୀୟ ପାରାଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୨ଜଣ ପାରାଆଥଲିଟ୍ ଅଂଶ ଗ୍ରହଣ କରିଛନ୍ତି।
-0-ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ