ଵିଗୁଡୁଥିଵା ଆଇନଶୃଙ୍ଖଳା ର ନିରାକରଣ ପାଇଁ ଡି ଜି ପି ଙ୍କୁ ପୂର୍ବତନ ବିଧାୟକଙ୍କ ଦାବିପତ୍ର 

କଟକ ସଦର,୨୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଵିଗୁଡୁଥିଵା ପ୍ରତିବାଦରେ ଏଵଂ ଏହାର ନିରାକରଣ ପାଇଁ ଆଜି ଶୁକ୍ରବାର ଦିନ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଦୁଇଦିନ ତଳେ କଟକ ସଦର ଅନ୍ତର୍ଗତ ନୂଆପଡ଼ା ପ୍ରେସ କଲୋନୀରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ଜନୈକ ଲୋକପ୍ରିୟ କ୍ରିକେଟର ରିଙ୍କୁ ଓରଫ  ସୌମ୍ୟରଞ୍ଜନ ଜେନା ଏହାର ସଦ୍ୟ ଓ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ବେହେରା ଉଲ୍ଲେଖ କରିଛନ୍ତି। ଏଥିରେ ପ୍ରମୋଦ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ସୂଦର୍ଶନ ଜେନା ପ୍ରମୁଖ ଅନେକ ବିଜେଡ଼ି ନେତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *