କଟକ ସଦର,୨୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗରର ଅଗ୍ରଣୀ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ‘ଓଁ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଆଞ୍ଚଳିକ ବାଦି ପାଲା ପରିଷଦ’ ଓ ଶତରୂପା ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ସାମନ୍ତରାପୁର ଠାରେ ତିନି ଦିନିଆ ବାଦି ପାଲା ମହୋତ୍ସବ ଓ ଶତରୂପା ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ପରିଷଦ ଓ ସଂସଦ ର ସଭାପତି ସୁବକ୍ତା ଅଧ୍ୟାପକ ଧରଣୀଧର ଜେନା ଙ୍କ ପୈ।ରୋହିତ୍ୟରେ ଗତକାଲି ଶନିବାର ସଂଧ୍ୟାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟ, ରଘୁନାଥପୁର ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ତଥା କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ଵ୍ୟଙ୍ଗକଵି ପ୍ରତାପ ଚନ୍ଦ୍ର ବେହେରା, ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ନିକୁଞ୍ଜ ବିହାରୀ ଭଞ୍ଜ,ଭୋଇ ସମାଜ ସଭାପତି ଜୟରାମ ଭୋଇ,ଵାଵା ଶ୍ରୀବତ୍ସ ମହାରଣା,କମ୍ରେଡ ନାରାୟଣ ଭୋଳ, ଯୁବ ସମାଜସେବୀ ଇଂ ଦେବବ୍ରତ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଧୁନିକ ଯୁଗରେ ପାରମ୍ପରିକ ପାଲାକୁ ପ୍ରୋତ୍ସାହନ ଦେଉଥିବା ଅନୁଷ୍ଠାନ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଶତରୂପା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ତିନି ଦିନିଆ ବାଦି ପାଲାରେ ସ୍ୱନାମଧନ୍ୟ ପାଲା ଗାୟିକା ଅମ୍ରିତା ସାମଲ ଓ ଦେବଦାସୀ କଳ୍ପନା ନାୟକ ପାଲା ପରିବେଷଣ କରୁଥିବା ଜଣାପଡ଼ିଛି।
