ଯାଜପୁର, ୦୩/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଜନସାଧାରଣ ମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ପାଇଁ ଫେବୃଆରୀ ୩, ୨୦୨୪ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ଵର କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲ୍ଲାର ସଦର ମହକୁମାଠାରେ ଆର୍ଥିକ ସଚେତନତା ଓ ସାକ୍ଷରତା ଉପରେ ଏକ “ଓ୍ବାକାଥନ୍ ଓ FLFLE” କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଯଥା ଛାତ୍ରଛାତ୍ରୀ, ସ୍ଵଂୟ ସହାୟକ ଗୋଷ୍ଠୀ, କୃଷକ, ଉଦ୍ୟୋଗୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବିମାନେ ଅଶଂଗ୍ରହଣ କରିଥିଲେ। “ଓ୍ବାକାଥନ୍” ପରେ ସଂସ୍କୃତି ଭବନ ଠାରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ଵର କାର୍ଯ୍ୟାଳୟ ର ବିଭିନ୍ନ ଅଧିକାରୀଙ୍କ ଦ୍ବାରା ଆର୍ଥିକ ସାକ୍ଷରତା, ସାଇବର କ୍ରାଇମ, ଡିଜିଟାଲ ବ୍ୟାଙ୍କିଙ୍ଗ, ସୋସିଆଲ ମିଡିଆରେ ଠକେଇ, ଚିରାଫଠା ନୋଟ ବିନିମୟ ସୁବିଧା, ବ୍ୟାଙ୍କିଙ୍ଗ ବ୍ୟବସାୟରେ ଅଭିଯୋଗର ସମାଧାନ ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଏମ ମଧୁକର ଆନନ୍ଦ, ଏଜିଏମ, ପ୍ରଶାନ୍ତ ଜେନା, ଏଲ.ଡି.ଓ. ଉତ୍କଳ କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀ ସୋମେନ ବସୁ, ଦୀପକ ଜେନା, ସନ୍ଦିପ ସାହୁ ପ୍ରତ୍ୟେକ୍ଷ ଭାବେ ଅଂଶ ଗ୍ରହଣ କରିବା ସହିତ ସମାଜରେ ଆର୍ଥିକ ସଚେତନତା ସୃଷ୍ଟି କରିବା ପାଇଁ ମତବ୍ୟକ୍ତ କରିଥିଲେ। କାନାରା ବ୍ୟାଙ୍କର ଅଞ୍ଚଳ ଅଧିକାରୀ ଡ଼. ଦେବେନ୍ଦ୍ର ସିଂ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଅଧିକାରୀ ଅର୍ଚ୍ଚନା ପାଢ଼ୀ, ରୁପେସ ବେହେରା, ସତ୍ୟଜିତ ସାମଲ, ହରିହର ବିଶ୍ବାଳ, ନାବାର୍ଡ DDM ସୁବ୍ରତ କୁମାର ସାହୁ ଯୋଗଦାନ କରିଥିଲେ। ଉକ୍ତ ସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ଚିଫ ମ୍ୟାନେଜର ତଥା ଅଗ୍ରଣୀ ଜିଲ୍ଲା ଅଧିକାରୀ ଦିଲ୍ଲିପ କୁମାର ଭୂୟାଁ ପରିଚାଳନା କରିଥିଲେ। ଏହି ଆର୍ଥିକ ସଚେତନତା କାର୍ଯ୍ୟକ୍ରମକୁ ସଫଳତା କରିବାପାଇଁ ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଶ୍ରୀ ସମର କୁମାର ପାଢୀ, ଦେବୀପ୍ରସନ୍ନ ମହାନ୍ତି ଓ ଶିଶିର କୁମାର ତ୍ରିପାଠୀ ତଥା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଯାଜପୁର ର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।