ଗରଦପୁର,୨୦/୦୪/୨୦୨୬ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଆଳିଜଙ୍ଗା ଗ୍ରାମ ରେ ବିଶ୍ୱ କଲ୍ୟାଣ ଉଦେଶ୍ୟରେ ପୁରାଣ ବର୍ଣ୍ଣିତ ଅଶ୍ରୁଖୋଳା ହ୍ରଦ ତଟସ୍ଥ ଶ୍ରୀ ରାଧାକୃଷ୍ଣ ଜୀଉ ଓ ମହାବୀର ଙ୍କ ପୀଠରେ ତ୍ରୟୋଦଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଚତୁର୍ଥ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ରବିବାର ଚତୁର୍ଥ ପ୍ରହର ନାମ ଯଜ୍ଞ ଓ ବିଶ୍ୱଶାନ୍ତି ମହାଯଜ୍ଞ ର ଅଙ୍କୁରା ରୋପଣ କରାଯାଇଥିଲା ।
ଆଜି ସୋମବାର ଅକ୍ଷୟ ତୃତିୟା ଦିବସ ରେ ଗ୍ରାମର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ପୁଣ୍ୟତୋୟା ଚିତ୍ରୋପôଳା ନଦୀର କୀର୍ତିଜାରୀ ଙ୍କ ଘାଟରେ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ୧୦୮ କଳସୀ ପବିତ୍ର ଜଳ ସଂଗ୍ରହ କରାଯାଇ ବାଜା, ବାଣ ସହିତ ହରିବୋଲ ହୁଳ ହୁଳି ରେ ଅଂଚଳ ପ୍ରକମ୍ପିତ କରି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ଯଜ୍ଞ ବେଦୀ ରେ ସ୍ଥାପନ କରିଥିଲେ । ଏହା ପରେ ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ଗୁରୁ ଗୋବିନ୍ଦ ପୂଜା , ପାଶ୍ୱର୍ ଦେବତା ପୂଜା ଓ ଧରିତ୍ରୀ ପୂଜା ରୀତି ନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଗ୍ରାମର ଦୁର୍ଗା ଚରଣ ବେଉରା କର୍ତା ଓ ରଶ୍ମିତା ବେଉରା କର୍ତୀ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ବିଭିନ୍ନ ଦିବସରେ ସୂର୍ଯ୍ୟପୂଜା, ଗୋ ପୂଜା, ଗୋ ଦାନ, ଗୁରୁ ଗୋବିନ୍ଦ ପୂଜା , ପାଶ୍ୱର୍ ଦେବତା ପୂଜା , ଧରିତ୍ରୀ ପୂଜା, ଶ୍ରୀ ଶ୍ରୀ ହନୁମାନ ଜୀଉ ଙ୍କ ସହସ୍ରାଭିଷେକ ସ୍ନାନ , ହନୁମାନ ଚାଳିଶା ପାଠ, ସୁନ୍ଦରାକାଣ୍ଡ ପାଠ , ଶ୍ରୀ ରାମ ସହ ଶ୍ରାର୍ଜନା , ଆହୂତି , ଶ୍ରୀମଦ୍ ଭଗବତ ଗୀତା ଆହୂତି ଆଦି ପ୍ରଦାନ କରାଯିବ । ଶ୍ରୀ ଶ୍ରୀ ମହାବୀର ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଅଶୋକ ବାରିକ, ସମ୍ପାଦକ ଶ୍ରୀକାନ୍ତ ସେନାପତି, କୋଷାଧ୍ୟକ୍ଷ ପ୍ରମୋଦ ଜେନା ,ସରୋଜ କୁମାର ବେଉରା, ଗୌରାଙ୍ଗ ଚରଣ ଜେନା, ତୁଷାର ବେଉରା, କୈଳାଶ ଚନ୍ଦ୍ର ସ୍ୱାଇଁ, ସୁବାସ ଚନ୍ଦ୍ର ସେନାପତି, ସୁ ଶାନ୍ତ ବେଉରା,ଦିଲିପ ସ୍ୱାଇଁ, ପ୍ରଫୁଲ ଜେନା, ରାହୁଳ, ଦୀପକ, ଗୋପି, ପମା, ସୋନୁ, ଅନିଲ, ବୁଲୁ, ତାପସ, କାଳିଆ ମଂଟୁ ପ୍ରମୁଖ ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଆସନ୍ତା ବୁଧବାର ରାତି ୯ ଟା ଗତେ ୧୦ ୪୦ ମଧ୍ୟେ ମାହେନ୍ଦ୍ର ବେଳାରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୁର୍ଣ୍ଣାହୁତି ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।
