ନୂତନ ବିଡ଼ିଓ ଙ୍କୁ ସ୍ୱାଗତ

ଗରଦପୁର, ୦୩/୦୨/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ନୂତନ ବିଡ଼ିଓ ଭାବେ ଆଲୋକ କୁମାର ସେଠି ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଶ୍ରୀ ସେଠିଙ୍କୁ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଡ଼ିଓ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ବିଡ଼ିଓ ଅନିରୁଦ୍ଧ ବେହେରା, ପିଏ ମୃଣ୍ମୟ କୁମାର ରାଉତ, ସରପଂଚ ନଳିନୀ ପ୍ରଭା ଜେନା, ସରପଂଚ ରଂଜନ ନାୟକ, ସରପଂଚ ଅନୁସୟା ବେହେରା, ସରପଂଚ ରାଜେନ୍ଦ୍ର କୁମାର ମଲିକ , ସରପଂଚ ସନ୍ତୋଷ ମାହାଳି, ସରପଂଚ ପ୍ରତିନିଧି ଶୈଳେନ୍ଦ୍ର କୁମାର ମହାନ୍ତି ଙ୍କ ସମେତ ବ୍ଲକ୍ ର କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *