ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ନୂଆ – ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ନିଶ୍ଚିନ୍ତକୋଇଲି , ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଂଚାୟତ ପିଠାପଡାସ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ନୂଆ – ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ଆଧ୍ୟାତ୍ମିକବାଦୀ ଯୋଗଦେଇ ସରକାରଙ୍କ ନୂଆ – ଓ କାର୍ଯ୍ୟକ୍ରମ ଏବଂ ଭାଷା ସାହିତ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଅଧକ୍ଷ ପ୍ରମୋଦ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ସଭାପତି ସୋମନାଥ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ସୁଭଦ୍ରା ମହତାବ ମହାବିଦ୍ୟାଳୟ ସଭାପତି ପ୍ରାଧ୍ୟାପକ ଡ଼ଃ ରମାନାଥ ସାହୁ,ସନ୍ମାନିତ ଅତିଥି ଭାବେ ସମାଜସେବୀ କୈଳାସ ଚନ୍ଦ୍ର ସ୍ୱାଇଁ, ପରିବାର ଅନୁଷ୍ଠାନର ସଭାପତି ବଲ୍ଲଭ ଚରଣ ପଲାଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ ସୁଜନ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲି ବେଳେ ଅଧ୍ୟାପିକା ଡ଼ଃ ପ୍ରଣତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲି ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ଆଞ୍ଜୁଶ୍ରୀ ଖଣ୍ଡାଇ, ସ୍ବର୍ଣ୍ଣପ୍ରଭା ଜେନା, ଅଧ୍ୟାପକ ପ୍ରଶାଦ କୁମାର ନାୟକ, ଆଶିଷ କୁମାର ନାୟକ,ବରିଷ୍ଠ କିରାଣୀ ସୁଦୀପ୍ତ କୁମାର ସ୍ୱାଇଁ ଅଜୟ କୁମାର ଜେନା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *