ସାଇପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଗୁଡ଼ା, ୨୬/୧୧/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ସ୍ଥିତ ସାଇ ପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀଉନ୍ନୟନ ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଶିକ୍ଷାବିତ୍ ଡକ୍ଟର ବିଚିତ୍ରାନନ୍ଦ ଆଚାର୍ଯ୍ୟ ଏବଂ ମୂଖ୍ୟବକ୍ତା ଭାବେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ.ମଧୁସୁଦନ ମହାପାତ୍ର ଯୋଗଦେଇଥିବା ବେଳେ ସାଇ ପ୍ରଭୂଜୀ ଗ୍ଲୋବାଲ ସ୍କୁଲ୍ ର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର ଏବଂ  ପିଟିଏ ସଭାପତି ଗୀତା ପାତ୍ର ପ୍ରମୁଖ ମଞ୍ଚାସୀନ ରହି  ଉତ୍ତମ ମାନର ଶିକ୍ଷାଦାନ ପଦ୍ଧତି ଓ ଆନୁଷଙ୍ଗିକ ବ୍ୟବସ୍ଥା କୁ ଉଚ୍ଚ ପ୍ରଶଂସା କରିଥିଲେ । ସ୍କୁଲ ରୁ କିଭଳି ଅଧିକ ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ବାହାରିବେ ସେନେଇ ସ୍କୁଲ୍ କତୃପକ୍ଷ ଙ୍କ ପ୍ରଚେଷ୍ଟା କୁ ଉଚ୍ଚ ପ୍ରଶଂସିତ କରିଥିଲେ ଅତିଥିଗଣ ।  ସ୍କୁଲର ଅଧ୍ୟକ୍ଷ ଶ୍ରୀ ମିଶ୍ର ଅତିଥି ଙ୍କ ପରିଚୟ ପ୍ରଦାନ  କରିଥିବା ବେଳେ ବରିଷ୍ଠ କଳାକାର ତଥା ଶିକ୍ଷାବିତ୍ ସନ୍ତୋଷ କୁମାର ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ  ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ  ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *