କବି ସ୍ୱୟଂପ୍ରଭା ରଥଙ୍କ ପୁସ୍ତକର ଆନ୍ତର୍ଜାତୀୟ ପୁସ୍ତକାରୋପଣ

ଡେନଭର,ଆମେରିକା ୦୬/୦୪/୨୦୨୬ (ଓଡ଼ିଶା ସମାଚାର)-ପ୍ରସିଦ୍ଧ କବି ଏବଂ ଲେଖିକା ଶ୍ରୀମତୀ ସ୍ୱୟଂପ୍ରଭା ରଥଙ୍କ କବିତା ପୁସ୍ତକ ‘, ଶବ୍ଦ ଫୁଲର ତର୍ପଣ’ ଆମେରିକାର ଡେନଭରରେ ଥିବା ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାର ରକି ମାଉଣ୍ଟେନ୍ ଚାପ୍ଟର ଦ୍ୱାରା ଆୟୋଜିତ “ଓଡ଼ିଆ ପକ୍ଷ”ଉତ୍ସବରେ ଉନ୍ମୋଚିତ ହୋଇଥିଲା। କଲୋରାଡୋ ଏବଂ ପଡ଼ୋଶୀ ଆମେରିକାର ରାଜ୍ୟର ସମୃଦ୍ଧ ଓଡ଼ିଆ ସମ୍ପ୍ରଦାୟ ବହୁ ସଂଖ୍ୟାରେ ଏଠାରେ ଉପସ୍ଥିତ ଥିଲେ l  ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରେ ଅଂଶଗ୍ରହଣ କରିଥିଲେ। ପୁସ୍ତକ ଉନ୍ମୋଚନ ପରେ, ଶ୍ରୀମତୀ  ରଥ ତାଙ୍କର କିଛି କବିତା ମଧ୍ୟ ପାଠ କରିଥିଲେ ଏବଂ ଓଡ଼ିଶାର ଗୌରବମୟ ପରମ୍ପରା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଷୟରେ କହିଥିଲେ।

ସେ ଓଡ଼ିଆ ସମ୍ପ୍ରଦାୟର ବୃତ୍ତିଗତ ଅବଦାନ, ଜୀବନର ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ଏବଂ ଓଡ଼ିଶାର ପରମ୍ପରାକୁ ଏକ ଦୂର ଦେଶରେ ଜୀବନ୍ତ ରଖିବା ପାଇଁ ପ୍ରଶଂସା କରିଥିଲେ। ଓଡ଼ିଶୀ ନୃତ୍ୟ ସମେତ ଅନେକ ସାଂସ୍କୃତିକ ଉପସ୍ଥାପନା ଉତ୍ସବକୁ ମୁଖରିତ କରିଥିଲା। ଏହି ଅବସରରେ OSA – ରକି ମାଉଣ୍ଟେନ୍ ଚାପ୍ଟରର ସଭାପତି ଏବଂ କୋଷାଧ୍ୟକ୍ଷ ଶ୍ରୀ ରଜତ ପ୍ରଧାନ ଏବଂ ଶ୍ରୀ ବିଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁସ୍ତକଟି ଡେନଭରର ଓଡ଼ିଆ ସମ୍ପ୍ରଦାୟର ଅନ୍ୟତମ ବରିଷ୍ଠ ସଦସ୍ୟ ଶ୍ରୀମତୀ ପ୍ରେମଲତା ପଣ୍ଡାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଥିଲା। ବ୍ୟବସାୟୀ ମହିଳା ଏବଂ ସାମାଜିକ କର୍ମୀ ଶ୍ରୀମତୀ ସୋନାଲି ସୁଚରିତା ଆହୁଜାଙ୍କ ଉପସ୍ଥିତିରେ ପ୍ରସିଦ୍ଧ ଟେକ୍ନୋକ୍ରାଟ୍ ଶ୍ରୀ ଆନନ୍ଦ ମହାନ୍ତି ଶ୍ରୀମତୀ ସ୍ୱୟଂପ୍ରଭା ରଥଙ୍କ ପରିଚୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *