ସ୍ୱପ୍ନର ଓଡ଼ିଶା ଉତ୍ସବ ଓ କବିତା ପାଠୋତ୍ସବ ଅନୁଷ୍ଠିତ

କଟକ ୦୫/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୯୪ ତମ କାର୍ଯ୍ୟକ୍ରମ ସ୍ୱପ୍ନର ଓଡ଼ିଶା ଉତ୍ସବ  ବିଡ଼ାନାସୀ  ମମତା ଷ୍ଟେ ହୋମଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଡ଼କ୍ଟର ସତ୍ୟ ରାୟ ପ୍ରାକ୍ତନ କାର୍ଯ୍ୟକାରୀ ସମ୍ପାଦକ ସମାଜ ଉଦଘାଟକ,ମୁଖ୍ୟବକ୍ତା ଡ଼କ୍ଟର ମନୋରଞ୍ଜନ ବେଉରା,ସମ୍ମାନିତ ବକ୍ତା ଅଭିରାମ ଦାସ, ଭାରପ୍ରାପ୍ତ ସହକାରୀ ଅଧିକାରୀ ସୂଚନା ଓ ଲୋକସମ୍ପର୍କ ବିଭାଗ କଟକ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଡାକ୍ତର ବନଜ କୁମାର ରାୟ,ଡ଼କ୍ଟର ସ୍ମୃତି ପଟ୍ଟନାୟକ, ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ, ଡ଼କ୍ଟର ତୋଫାନ ଜେନା,ପ୍ରେମଚାନ୍ଦ ମହାନ୍ତି,ଦୁର୍ଯୋଧନ ସାହୁ ଏବଂ ମଞ୍ଜୁଲତା ଜେନା ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ । ଓଡ଼ିଶାର ବିକାଶର ମାନଚିତ୍ର ୧୮୦୩ ମସିହା ରୁ ୧୯୩୬ ମସିହା ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ୨୦୩୬ ପର୍ଯ୍ୟନ୍ତ ଆଲୋଚନାରେ ସ୍ଥାନ ପାଇଥିଲା । ଉକ୍ତ ଅବସରରେ ସାହିତ୍ୟିକ ମାନଙ୍କୁ ଉତ୍କଳ ସାରଥୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନ ତରଫରୁ ଅନ୍ତେବାସୀମାନଙ୍କୁ ଶାଢ଼ୀ ଏବଂ ଆଧ୍ୟାତ୍ମିକ ପୁସ୍ତକ ବଣ୍ଟନ କରାଯାଇଥିଲା । ଶିଶୁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ଏବଂ ଗୀତା ବଣ୍ଟନ କରାଯାଇଥିଲା । କୋଡ଼ିଏରୁ ଉର୍ଦ୍ଧ କବି  “ସ୍ୱପ୍ନର ଓଡ଼ିଶା” ଶୀର୍ଷକ କବିତା ପାଠ କରିଥିଲେ । ଭକ୍ତି ସଙ୍ଗୀତ ଏବଂ ଜଗନ୍ନାଥ ଜଣାଣ ଗାନ କରାଯାଇଥିଲା । ଶିଶୁ କଣ୍ଠଶିଳ୍ପୀ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ । କବୟିତ୍ରୀ ଭଗବତୀ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *