ପାଟକୁରା : ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ

ପାଟକୁରା, ୦୪/୬/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ବିଧାନ ସଭା କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହୋଇଛନ୍ତି । ଶ୍ରୀ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କୁ ହରାଇ ବିଜୟ ଲାଭ କରିଛନ୍ତି । ସମସ୍ତ ରାଉଣ୍ଡ ଶେଷ ସୁଦ୍ଧା ୧୩ ହଜାର ୭୦୫ଖଣ୍ଡ ଭୋଟ ବ୍ୟବଧାନରେ ଅରବିନ୍ଦ ମହାପାତ୍ର ବିଜୟୀ ହୋଇଥିବାର ଜଣାଯାଇଛି । ଏହି ନିର୍ବାଚନ ମଣ୍ଡଳୀରୁ ୮ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ, ବିଜୁଜନତା ଦଳରପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସହିତ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଶ୍ରୀ ମହାପାତ୍ର ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁତ୍ର । ଅରବିନ୍ଦ ଆମେରିକାରେ ଜଣେ ସଫ୍ଟୱେୟାର ଇଂଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ସେ ଚାକିରି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଅରବିନ୍ଦଙ୍କ ଏହି ବିଜୟରେ ପାଟକୁରା ଅଂଚଳରେ ଦଳୀୟ କର୍ମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *