ଓଡ଼ିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁରରେ ଐତିହାସିକ ଗଣ ଦୌଡ ଆୟୋଜିତ।

ଜଗତସିଂହପୁର,୦୫/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନକୂଲ୍ୟରେ ଏକ ଐତିହାସିକ ଗଣ ଦୌଡ ଆୟୋଜିତ ହୋଇଯାଇଅଛି। ସ୍ଥାନିୟ ଶ୍ରୀ କୃଷ୍ଣ ଏକାଡେମୀ ରୁ ସକାଳ ୬.୩୦ରୁ ଆରମ୍ଭ ହୋଇଥିବା ଏହି ଗଣ ଦୌଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସକାଳ ୮.୦୦ଟାରେ ଉଦଯାପିତ ହୋଇଥିଲା।

ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଓ ଜଗତସିଂହପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପତାକା ଦେଖାଇ ଏହି ଗଣ ଦୌଡ ଶୁଭାରମ୍ଭ କରିଥିଲେ। ଏହି କାର୍ଯକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟନି ପଟ୍ଟନାୟକ ପରିଚାଳନା  କରିଥିଲେ।

 ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିନରେ ଆୟୋଜିତ ଏହି ଗଣ ଦୌଡ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସମୃଦ୍ଧି ସାଂସ୍କୃତିକ ଗାରିମା ଓ ଐତିହ ସ୍ଥଳୀ ନିକଟରେ ଏହାର ସୁରକ୍ଷା ,ପ୍ରଚାର ପ୍ରସାର ପାଇଁ ଗଣ ଦୌଡ ହୋଇଥିଲା।

ଏହି ଦୌଡରେ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରୀଡାବିତ ଏବଂ ଆଥେଲେଟିକ, ହ୍ୟାଣ୍ଡବଲ୍  ଓ ଓକିଲ ସଂଘର ମେମ୍ବର, ଗଣ ମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇ ଥିଲେ।

Leave a Reply

Your email address will not be published. Required fields are marked *