କଟକ ସଦର,୦୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)-ଠିକାଦାରୀ କରି ଅଧିକ ମୁନାଫା କମେଇବା ପାଇଁ ଜନସାଧାରଣଙ୍କ ସ୍ବାର୍ଥ ତଥା ସରକାରୀ ନୀତି ନିୟମ କୁ କଟକ ସଦର ବ୍ଲକ ପ୍ରସାଶନ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ ଏମିତି ଏକ ଖଵର ଜଣାପଡିଛି ଖାତା ନଂ ୧୮୭, ପ୍ଲଟ୍ ନଂ ୫୩ ମୈ।ଜା କୋସିଦା,ଯଶପଡା ପଞ୍ଚାୟତ କୋସିଦା ଗ୍ରାମରେ। ସବୁ ନୀତି ନିୟମ କୁ ଫୁ କରି ଏଠାରେ ଥିବା ଭିକାରୀ ଚରଣ ବିଦ୍ୟାଳୟ ପରିସରରେ ବେଆଇନ୍ ଭାବେ ମା ମଙ୍ଗଳା ଭୋଗ ମଣ୍ଡପ ନିର୍ମାଣ ହୋଇଛି। ଏହାକୁ ନେଇ ଅଭିଭାବକ ଏବଂ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏଥିପାଇଁ ଜନସାଧାରଣ ଜିଲ୍ଲା ପ୍ରଶାସନକୁ ଜଣାଇବା ସହିତ ଅଦାଲତର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସ୍କୁଲ ପରିସରରୁ ବେଆଇନ ନିର୍ମାଣ ହଟେଇବାକୁ ସାଧାରଣରେ ଦାବି ହେବା ସହିତ ବାଡ଼ ଯଦି ଫସଲ ଖାଇବ ତେବେ ଜନସାଧାରଣ କହିବେ କାହାକୁ ଶୁଣିଵ ବା କିଏ ବୋଲି ମତପ୍ରକାଶ ପାଉଛି।
