ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ସାର ଓ କୀଟନାଶକ ପ୍ରୟୋଗ

ଜଗତସିଂହପୁର, ୧୮/୧୦/୨୦୨୪ (ଓଡ଼ିଶା ସମାଚାର)-ଡ୍ରୋନ୍ ସହାୟତାରେ ଧାନ ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ ପରୀକ୍ଷା ମୂଳକ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଖଇରଙ୍ଗ ପଞ୍ଚାୟତର ପୁରଣ ଓ ଓଡ଼ିଶାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ର ଜଗତସଂହପୁର ମିଳିତ ପ୍ରୟାସରେ ଡ୍ରୋନରେ ନାନୋ ୟୁରିଆ ଓ କୀଟନାଶକ ପ୍ରୟୋଗ କରାଯାଉଛି । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଜୀବନଜିଟ ସେନ, କୃଷି ଯନ୍ତ୍ରପାତି ବୈଜ୍ଞାନିକ ଦ୍ବାରିକା ମୋହନ ଦାସ, ଫସଲ ସଂରକ୍ଷଣ ବୈଜ୍ଞାନିକ ଦେବାଶିଷ ପଣ୍ଡା ଓ ମୃର୍ତ୍ତିକା ବୈଜ୍ଞାନିକ ପ୍ରଦୀପ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗହୀର ବିଲରେ ଡ୍ରୋନ୍‌ ଜରିଆରେ ସାର ଓ କୀଟନାଶକ ପ୍ରୟୋଗ କରାଯାଉଛି। ଖୁବ୍ କମ୍ ସମୟ ମଧ୍ୟରେ, ସ୍ବଳ୍ପ ପରିଶ୍ରମରେ ବ୍ୟାପକ ଭାବେ ଧାନ ଫସଲରେ ଏହି ସିଂଚନ କାର୍ଯ କରାଯାଇ ପାରୁଥିବାରୁ ଚାଷୀ ଭାଇ ମାନେ ଏଥିପ୍ରତି ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ସ୍କାଏ ଭେନ୍‌ କମ୍ପାନି ନିଜର ଡ୍ରୋନ୍ ଏଥିପାଇଁ ବ୍ୟବହାର କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସରକାରୀ ରିହାତିରେ ଡ୍ରୋନ ଉପଲବ୍ଧ ଅଛି ଓ ଜିଲ୍ଲାର ଚାଷୀ ଭାଇ ମାନେ ଏହାର ସୁବିଧା ପାଇ ପାରିବେ ବୋଲି ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳର ଅଗ୍ରଣୀ ବ୍ୟକ୍ତି ଶ୍ରୀ ସୌମ୍ୟ ଦର୍ଶନ ରାୟ, ରମାକାନ୍ତ ସାମନ୍ତରାୟ, ପାର୍ଥ ସାରଥି ରାୟ, କୃଷକ ସାଥୀ ଚାନସ ଦାସ ପ୍ରମୁଖ ସହଯୋଗ କରିଥିଲେ । ଡ୍ରୋନ ପ୍ରକଳ୍ପର ମୁଖ୍ୟ ପ୍ରାବନ୍ଧକ ଡ଼ ଅମରେଶ ଖୁଣ୍ଟିଆ, ଯୁଗ୍ମ ନିର୍ଦ୍ଦେଶକ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି ଏହି କାର୍ଯକ୍ରମଟିକୁ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *