ଯାଜପୁର ଜିଲ୍ଲା ବିଜେପି ସଭାପତିଙ୍କୁ  ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମୀ

ଦଶରଥପୁର,୦୧/୦୧/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କୁ ଆଜି ତାଙ୍କ ଶୁଶୁଆ ବାସଭବନରେ ବହୁ ଦଳୀୟ କର୍ମୀ ଭେଟିବା ସହ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଆଜି ନୂଆ ବର୍ଷ ଉପଲକ୍ଷେ ଶ୍ରୀଯୁକ୍ତ ରାୟ  ସକାଳୁ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ  ଦର୍ଶନ କରିବାପରେ ନିଜ ବାସଭବନ  ଶୁଶୁଆ ଠାରେ ପହଁଞ୍ଚିଥିଲେ।ବିଜେପିର ବରିଷ୍ଠ ନେତା ତଥା କୋରେଇ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାସ ମହାନ୍ତି, ଦଶରଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ, ମଙ୍ଗଳପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାନ୍ତି, ମଙ୍ଗଳପୁର ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବହୁ ନେତା ଓ ଦଳୀୟ କର୍ମୀମାନେ ଜିଲ୍ଲା ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସଂଗଠନ ବିଷୟରେ ଆଲୋଚନା କରିଥିଲେ।ସରକାର ବଦଳିବା ପରେ ବିଜେପି କର୍ମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *