ଆନନ୍ଦ ମାର୍ଗ ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳିତ

କେନ୍ଦ୍ରାପଡ଼ା, ୨୩/୬/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ଆଧ୍ୟାତ୍ମିକ ଓ ସମାଜ ସ୍ୱୋ ସଙ୍ଗଠନ ” ଆନନ୍ଦ ମାର୍ଗ’ କେନ୍ଦ୍ରାପଡ଼ା ଜିଲା ଶାଖା ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ସ୍ଥିତ ଆନନ୍ଦ ମାର୍ଗ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ସହରର ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ଅତିଥଥିମାନେ ଯୋଗ ଦେଇ ଏ ବର୍ଷ ଯୋଗ ଦିବସ ର ମୁଖ୍ୟ ପ୍ରସଙ୍ଗ “ନିଜ ପାଇଁ ଓ ସମାଜ ପାଇଁ ଯୋଗ” ଉପରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ ଏବଂ ଶରୀର, ମନ ଓ ଆତ୍ମାର ସାମଗ୍ରିକ ବିକାଶରେ ଯୋଗ ବିଜ୍ଞାନ ର ଗୁରୁତ୍ୱ ସଂପର୍କରେ ଉଭୟ ତାତ୍ୱ୍ୱିକ ଓ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ପ୍ରଦାନ କରିଥଲେ । ଯୋଗ ସାଧନା ଉତମ ମଣିଷ ଓ ସୁସ୍ଥ ସମାଜ ନିର୍ମାଣର ଆଧାରଶୀଳ ଏବଂ ସରଳ ମାଧ୍ୟମ ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା । ଆନନ୍ଦ ମାର୍ଗ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆନନ୍ଦମାର୍ଗ ଧ୍ୟାନ ଯୋଗ କେନ୍ଦ୍ରର ମୁଖ୍ୟ ପରିଚାଳକ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ ଯୋଗ ଦିବସ ସମାରୋହର ସଫଳ ପରିଚାଳନା କରିଥଲେ ।

Leave a Reply

Your email address will not be published. Required fields are marked *