ଖଜୁରିଆ କଟା,୨୮/୦୩/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ହିନ୍ଦୋଳ ବାର ଆସୋସିଏସନର ନିର୍ବାଚନରେ ପୂର୍ବତନ ସଭାପତି ଓ ସମ୍ପାଦକ ଙ୍କ ଏକତରଫା ବିଜୟ ହୋଇଛି। ଆଜି ହିନ୍ଦୋଳ ବାର ଆସୋସିଏସନ ପାଇଁ ସଭାପତି ଥିବା ସୁଶୀଲ ଗଡ଼ନାୟକ ଓ ସମ୍ପାଦକ ପ୍ରକାଶ ନାୟକ ପୁନର୍ବାର ପଦବୀପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ଆଦିକନ୍ଦ ପାଳଙ୍କ ନିକଟରେ ନାମାଙ୍କନ ଭରିଥିଲେ।
ତେବେ ସୁଶୀଲ ଗଡ଼ନାୟକ ୧୫ଟି ଭୋଟ ପାଇଥିବାବେଳେ ବିପକ୍ଷରେ ଥିବା ଦୀପ୍ତିକାନ୍ତ ପ୍ରଧାନ ମଧ୍ୟ ୧୫ଭୋଟ ପାଇବାରୁ ଧର୍ମଗୁଳା ପଡିଥିଲା ଏବଂ ଏଥିରେ ସୁଶୀଲ ଗଡ଼ନାୟକ ବିଜୟୀ ହୋଇ ସଭାପତି ଘୋଷିତ ହୋଇଥିଲେ। ସେହିପରି ସମ୍ପାଦକ ପାଇଁ ପ୍ରକାଶ ନାୟକ ୨୦ଟି ଭୋଟପାଇ ବିଜୟୀ ଘୋଷିତ ହୋଇଥିବାବେଳେ ବିପକ୍ଷରେ ୧୦ଭୋଟ ଯାଇଥିଲା।

ସେହିପରି ଉପସଭାପତି ଭାବରେ ଦେବାନନ୍ଦ ପଟ୍ଟନାୟକ,ସହ-ସମ୍ପାଦକ ଭାବରେ ଦିଲୀପ ଦାସ, କୋଷାଧକ୍ଷ ଭାବରେ ସୁଶାନ୍ତ ମିଶ୍ର ବିନା ପ୍ରତିଦ୍ବନ୍ଦୀତା ନିର୍ବାଚିତ ହୋଇଥିଲେ। ସୁଶୀଲ,ପ୍ରକାଶଙ୍କ ବିଜୟରେ ଉପଖଣ୍ଡରେ ଖୁସିରମାହୋଲ ସୃଷ୍ଟି ହୋଇଥିବାବେଳେ ପୂର୍ବତନ ସାଂସଦ ମହେଶ ସାହୁ,ବ୍ଲକବିଜେଡି ସଭାପତି ଦେବି ପ୍ରସାଦ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ,ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ,ଉପାଧ୍ୟାକ୍ଷା ପ୍ରତିମା ରାଉତ,ବିଜେଡି ଏନଏସି ସଭାପତି ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ବରିଷ୍ଠ ଆଇନଜୀବୀ, ସାମ୍ବାଦିକ ଓ ଜନସାଧାରଣ ବିଜୟୀ କାର୍ଯ୍ୟକର୍ତା ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି ।
