ସ୍ଥାୟୀ ପାନୀୟ ଜଳ ଓ ପରିମଳ ସେବା ବ୍ୟବସ୍ଥା ସଂପର୍କରେ ଓଡିଶା ସରକାରଙ୍କ ଠାରୁ ସମ୍ଭାବ୍ୟ ସହଯୋଗ ସଂପର୍କରେ ଆଲୋଚନା
ଓଡିଶାର ରୂପାନ୍ତରଣ କାର୍ଯ୍ୟକୁ ପ୍ରଶଂସା
ଭୁବନେଶ୍ୱର, ୧୪/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକ ୮ ଜଣିଆ “ରୁଆଣ୍ଡା” ସରକାରଙ୍କ ପ୍ରତିନିଧି ଦଳ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମାର୍ଚ୍ଚ ୧୧ ତାରିଖରୁ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଆସିଥିବା ‘ରୋଆଣ୍ଡା’ ସରକାରଙ୍କ ଭିତ୍ତିଭୂମି ବିକାଶ ମନ୍ତ୍ରାଳୟ (ମିନିଇମ୍ଫ୍ରା) ବିଭାଗ, ଜଳ ଓ ପରିମଳ ନିଗମ (ୱାସାକ), ଓ୍ୱାଟର ଫର ପିପୁଲ ଏବଂ ଆଇଆରସି ଆନ୍ତର୍ଜାତିକ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନର ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ସହରାଞ୍ଚଳ ପାନୀୟଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ପରିଦର୍ଶନ ସହ ପରିଦର୍ଶନରୁ ପାରସ୍ପରିକ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ସେମାନଙ୍କର ଗସ୍ତର ଉଦ୍ଦେଶ୍ୟ ରହିଛି।ଏହି ଗସ୍ତ ପରିପ୍ରେକ୍ଷୀରେ ସେମାନେ ଆଜି ଓଡ଼ିଶା ରାଜ୍ୟ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀଜି. ମାଥିଭାଥାନନ୍ ଙ୍କ ଉପସ୍ଥିତିରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହିତ ସାକ୍ଷାତ କରି ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରିଥିଲେ ।
ସହରାଂଚଳରେ ପୋଷଣୀୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସେବା ଯୋଗାଇବା କ୍ଷେତ୍ରରେ ଓଡିଶା ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସହାରାଂଚଳ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଓଡିଶା ସରକାରଙ୍କ ଚବିଶ ଘଣ୍ଟିଆା ଡ୍ରିଙ୍କ ଫ୍ରମ ଟ୍ୟାପ୍ ବ୍ୟବସ୍ଥା ସାରା ବିଶ୍ୱରେ ପ୍ରଶଂସିତ ହେବା ସହିତ ଏହା ଅନ୍ୟ ରାଜ୍ୟ ତଥା ଅନ୍ୟ ଦେଶ ପାଇଁ ଅନୁକରଣୀୟ ହୋଇଛି । ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଆସିଥିବା ଏହି ପ୍ରତିନିଧି ଦଳ ଓଡିଶାର ସହରାଂଚଳ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ବିଭିନ୍ନ ବୈଠକରେ ଆଲୋଚନାରୁ ଶିକ୍ଷା ଲାଭ କରିରୁଆଣ୍ଡା ସରକାର ଏବଂ ପ୍ରମୁଖ ସଂସ୍ଥାଗୁଡ଼ିକର ଭୂମିକାକୁ ଉନ୍ନତ କରିବାକୁ ଓଡିଶା ସରକାରଙ୍କ ସମ୍ଭାବ୍ୟ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ସହରାଂଚଳରେ ନିରନ୍ତର ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର ସମ୍ମୁଖୀନ ହେଉଥିବା ଆହ୍ୱାନ ଓ ସେ ସବୁକୁ ସମାଧାନ କରିବାରେ ରୁଆଣ୍ଡା ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ,ସମସ୍ତଙ୍କୁ ୨୪ଘଣ୍ଟିଆ ଗୁଣାତ୍ମକ ପାନୀୟଜଳ ଯୋଗାଣ ରାଜ୍ୟସରକାରଙ୍କ ପ୍ରାଥମିକତା ରହିଛି।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ ’କୁ ଗୁରୁତ୍ୱ ଦେଇଛନ୍ତି। ଗୋଷ୍ଠୀ ସହଭାଗିତାରେ ଗୁଣାତ୍ମକ ୨୪X୭ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଉଛି।ସହରାଂଚଳ ସମେତ ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବା କ୍ଷେତ୍ରରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ଅର୍ଥ ପ୍ରତିବନ୍ଧକ ହୋଇ ରହିନାହିଁ ବରଂ ପ୍ରତି ଅର୍ଥର ମୁଲ୍ୟବୋଧକୁ ବୁଝିବା ସହ ଗୁଣାତ୍ମକ କାର୍ଯ୍ୟକୁ ସୁନିଶ୍ଚିତ କରାଯାଉଛି ।ସମ୍ମିଳିତ ପ୍ରୟାସ(ଟିମ୍ ଓ୍ୱାର୍କ)କୁ ପାଥେୟ କରି ଏ କ୍ଷେତ୍ରରେ ରହୁଥିବା ସମସ୍ତ ଆହ୍ୱାନର ମୁକାବିଲା କରାଯାଉଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ । ଉଗାଣ୍ଡା ପ୍ରତିନିଧିଦଳ ମାନଙ୍କୁ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆମର ଦକ୍ଷ ଇଂଜିନିୟରମାନେ ଭିତ୍ତିଭୂମି ସୁବିଧାକରିବା ସହିତ ସ୍ଥାନୀୟ ବିଭିନ୍ନ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଓ ମହିଳା ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରି ଜଳର ଉତ୍ତମ ସାମାଜିକ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ଏହି ସମସ୍ତ ଗୋଷ୍ଠୀ ଓ ଅନୁଷ୍ଠାନମାନେ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛନ୍ତି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସହଯୋଗୀ ଅନ୍ୟ ବିଭାଗମାନଙ୍କୁ ନେଇ ରାଜ୍ୟରେ ଏଭଳି ପରିସଂସ୍ଥା (ଇକୋସିଷ୍ଟମ) ତିଆରି ହୋଇଛି, ଯଦ୍ୱାରା ସହରାଂଚଳ ସମେତ ଗ୍ରାମାଂଳରେ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହଜ ପରିଚାଳନା ହୋଇପାରୁଛି। ଓଡ଼ିଶା ରାଜ୍ୟରେ ଜଳଯୋଗାଣ କ୍ଷେତ୍ରରେ ସଫଳତା ଅନ୍ୟ ରାଜ୍ୟ ମାନଙ୍କୁ ଏ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେଉଛି।ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଠାରୁ ଆରମ୍ଭକରି ସହରାଞ୍ଚଳ ବିକାଶ ଓ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ସଂପନ୍ନ ଚିନ୍ତାଧାରା ଓ ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରତିବଦ୍ଧତା ରାଜ୍ୟ ସରକାରଙ୍କୁ ସଫଳତା ଆଣି ଦେଇଛି ବୋଲି ସେ ପ୍ରକାଶ କରିଥିଲେ।ସବୁ ଘରକୁ ଗୁଣାତ୍ମକ ପାନୀୟ ଜଳ ଯୋଗାଣ ପାଇଁ ନିୟମିତ ତଦାରଖ, ପ୍ରଭାବୀ ଅଧ୍ୟୟନ ଓ ମୂଲ୍ୟାୟନକୁ ଗୁରୁତ୍ୱ ଦିଆଯାଉଥିବା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ।ଏହି ଅବସରରେ ପ୍ରତିନିଧିଦଳ ମଧ୍ୟ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ରୋଆଣ୍ଡା ପ୍ରତିନିଧି ମାନଙ୍କଏହି ୬ଦିନିଆ ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସେମାନେ ସତ୍ୟନଗର ଉନ୍ନତି ଭବନ ସ୍ଥିତ ଓଡିଶା ଜଳ ନିଗମ ( ଓ୍ୱାଟକୋ) କାର୍ଯ୍ୟାଳୟ ପରିଦର୍ଶନ କରି ଓ୍ୱାଟକୋ ଟିମ୍ ସହିତ ଆଲୋଚନା କରିଥିଲେ । ଓଡିଶା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଭୁବନେଶ୍ୱର ଓ ପୁରୀରେ ଚବିଶ ଘଣ୍ଟିଆା ସହରାଂଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପରିଦର୍ଶନ କରି ଏ କ୍ଷେତ୍ରରେଓଡ଼ିଶା ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଜି ସେମାନେ ସହରାଞ୍ଚଳ ସେବା ଯୋଗାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ ସ୍ଥାପିତ ଓଡିଶା ଅର୍ବାନ୍ ଏକାଡେମୀ ଗସ୍ତ କରିବା ସହିତ ବାସୁଆ ଘାଇ ସ୍ଥିତ ମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥା ପରିଦର୍ଶନ କରିଥିଲେ ।