ଭୁବନ ୨୫/୦୩/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ( ଓଡ଼ିଏମଏମ) ରାଜ୍ୟ ସମ୍ପାଦକ ଭାବେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ସାମ୍ବାଦିକ ତଥା ଢେ଼ଙ୍କାନାଳ ଜିଲ୍ଲା “ଭୁବନ ସାମ୍ବାଦିକ ସଂଘ” ର ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ମନୋନୀତ ହୋଇଛନ୍ତି । ଗତ ମଙ୍ଗଳବର ବିଧାନସଭା ଗେଷ୍ଟ ହାଉସ ଠାରେ ଓଡ଼ିଏମଏମ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମନୋଜ ଶତପଥୀ ଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଭିନ୍ନ ଜିଲ୍ଲାର ପଦାଧିକାରୀ ମାନେ ଯୋଗଦେଇ ରାଜ୍ୟ କମିଟି ଗଠନ କରିଥିଲେ । ଢେ଼ଙ୍କାନାଳ ଜିଲ୍ଲାରୁ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ଙ୍କୁ ଓଡ଼ିଏମଏମ ରାଜ୍ୟ ସମ୍ପାଦକ ଭାବେ ଚୟନ/ ମନୋନୀତ କରାଯାଇଥିଲା । ରାଜ୍ୟ ସଭାପତି ମନୋଜ ଶତପଥୀ ଙ୍କ ସମେତ ସମସ୍ତ ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଶ୍ରୀଯୁକ୍ତ ପୋଥାଳ ହାର୍ଦ୍ଦିକ ଅଭିନନ୍ଦନ ,ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଏମଏମ ଢେ଼ଙ୍କାନାଳ ଜିଲ୍ଲା ଶାଖା ,କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ,ଭୁବନ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ପୋଥାଳ ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସାମ୍ବାଦିକ ମାନଙ୍କର ସ୍ବାର୍ଥ,ସୁରକ୍ଷା ଓ ସ୍ବାଭିମାନ ପାଇଁ ଓଡ଼ିଏମଏମ କାର୍ଯ୍ୟ କରିବ ବୋଲି ଶ୍ରୀଯୁକ୍ତ ପୋଥାଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
