ଆଶୀର୍ବାଦ କୋଚିଂ ସେଣ୍ଟର ର ରୌପ୍ୟ ଜୟନ୍ତୀ ସମାରୋହ

ଶିକ୍ଷା ହିଁ ସମାଜର ଆଲୋକ ବର୍ତ୍ତିକା: ନଗରପାଳ ଶୁଭେନ୍ଦୁ ସାହୁ

ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ର ନିର୍ମାଣ ରେ ବ୍ରତୀ ହୁଅନ୍ତୁ : ଦିଲ୍ଲୀପ ଦାସ

ଭୁବନ,୨୨/୦୩/୨୦୨୬ (ଓଡ଼ିଶା ସମାଚାର)-ଭୁବନ ଅଞ୍ଚଳର ବହୁ ପୁରାତନ ଶିକ୍ଷାନୁଷ୍ଠାନ ” ଆଶୀର୍ବାଦ କୋଚିଂ ସେଣ୍ଟର” ର ୨୫ ତମ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ ) ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅନୁ ଚରଣ ଦାସ ଙ୍କ ସଭାପତିତ୍ବ ରେ ଭୁବନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ହିଁ ସମାଜର ଆଲୋକ ବର୍ତ୍ତିକା ଓ ଦର୍ପଣ” । ଯେଉଁ ଅଞ୍ଚଳ ଯେତେ ଶିକ୍ଷିତ ସେହି ଅଞ୍ଚଳ ସେତେ ସମୃଦ୍ଧ ବୋଲି ମତବ୍ୟକ୍ତ କରିଥିଲେ ।

ଆଶୀର୍ବାଦ କୋଚିଂ ସେଣ୍ଟର ପ୍ରତି ଆପଣ ( ଅଭିଭାବକ) ମାନଙ୍କର ଆଶୀର୍ବାଦ ରହିଲେ ଅନୁଷ୍ଠାନ ଆହୁରି ଆଗକୁ ବଢ଼ିବ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ କହିଥିଲେ । ମୁଖ୍ୟବକ୍ତା ଭାବେ ଭୁବନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ “ଯେଉଁ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷାଦାନ ଯେତେ ଉନ୍ନତ ସେଠାରେ ଛାତ୍ର ଛାତ୍ରୀ ସେତେ ଉନ୍ନତି କରନ୍ତି” । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଶୀର୍ବାଦ କୋଚିଂ ସେଣ୍ଟର । ଏହି ଅନୁଷ୍ଠାନ ଭୁବନର ଗର୍ବ ଓ ଗୌରବ ପାଲଟିଛି । ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ର ନିର୍ମାଣ ରେ ବ୍ରତୀ ହେବାକୁ ମୁଖ୍ୟବକ୍ତା ଶ୍ରୀମାନ୍ ଦାସ ଆହ୍ବାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଆଦର୍ଶ ଶିକ୍ଷକ ସତ୍ୟବାଦୀ ସେନାପତି,ବ୍ୟଙ୍ଗକବି ପ୍ରତାପ ରଶ୍ମି ନାୟକ,ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା କମଳ ଲୋଚନ ରଣା ଯୋଗଦେଇଥିଲେ । ଶିକ୍ଷକ ବସନ୍ତ ଦାସ ଓ ସୁଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅନୁଷ୍ଠାନର ଶିକ୍ଷକ ରାମଚନ୍ଦ୍ର ନାୟକ,ମନ୍ମଥ ପତି,ସଞ୍ଜୟ ପ୍ରଧାନ,ସତ୍ୟ ପ୍ରକାଶ ପୃଷ୍ଟି,ଦିବ୍ୟ ରଞ୍ଜନ ସାହୁ,

ଶିକ୍ଷୟିତ୍ରୀ ଜସ୍ମିନ୍ ପୃଷ୍ଟି, ପୂଜାରାଣୀ ସାହୁ ,ବିଶ୍ୱରେଖା ବେହେରା, ପୂଜାରାଣୀ ପୃଷ୍ଟି ଓ ପୁରାତନ ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ରୌପ୍ୟ ଜୟନ୍ତୀ ଅବସରରେ ସକାଳେ ଜଗନ୍ନାଥ ମନ୍ଦିର ଠାରୁ ଭୁବନ ହାଇସ୍କୁଲ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ୨୫ ଟି ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବନ୍ଧୁ ମିଳନ ଓ ଫଟୋ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *